ବାଙ୍କୀ ବ୍ଲକ କଦଳୀବାଡି ପଞ୍ଚାୟତ ୩ ନଂ ୱାର୍ଡ କୁ ୭ ଦିନ କଣ୍ଟେନମେଣ୍ଟ ଘୋଷଣା

ବାଙ୍କୀ: ବାଙ୍କୀ ବ୍ଲକ କଦଳୀବାଡି ପଞ୍ଚାୟତ ୩ ନଂ ୱାର୍ଡ ପାଟଣାସାହିରେ ୨ଟି ପରିବାରରୁ ୫ରୁ ଉଦ୍ଧ୍ୱର୍ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ପ୍ରଶାସନର ନିର୍ଦେଶରେ ସରପଞ୍ଚ ଗାଁକୁ ୭ ଦିନ ପାଇଁ କଣ୍ଟେନମେଣ୍ଟ ଘୋଷଣା କରିଛନ୍ତି ।

କିପରି କଦଳୀବାଡି ପଞ୍ଚାୟତ ସହ ଏହି ପାଟଣାସାହିର ୩ ନଂ ୱାର୍ଡ ସମ୍ପୂର୍ଣ୍ଣ କରୋନା ମୁକ୍ତ ରହିବ ସେଥିପାଇଁ ସରପଞ୍ଚ ନିଜେ ସ୍ଥାନୀୟ ଆଶା ଓ ଅଙ୍ଗନୱାଡି କର୍ମୀଙ୍କ ସହ ବୁଲୁଛନ୍ତି । ପ୍ରତିଟି ଘର ଓ ଲୋକଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରିବା ସହ କରୋନାକୁ ନେଇ ସଚେତନ କରୁଛନ୍ତି ।