ଦେଶରେ ଆଜି ୯୧,୭୦୨ କରୋନା ପଜିଟିଭ୍ ଚିହ୍ନଟ, ୩,୪୦୩ ମୃତ

ନୂଆଦିଲ୍ଲୀ,୧୧/୬: ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ତଳକୁ ଖସିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୯୧,୭୦୨ ଆକ୍ରାନ୍ତ ଆକ୍ରାନ୍ତ ହୋଇଥିବା ବେଳେ ୩,୪୦୩ଜଣଙ୍କ ମୃତ୍ୟୁ ହୋଇଛି । ଏତତ୍ ବ୍ୟତୀତ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୨କୋଟି ୯୨ଲକ୍ଷ ୭୪ ହଜାର ୮୨୩ରେ ଏବଂ ମୃତ୍ୟୁସଂଖ୍ୟା ୩ ଲକ୍ଷ ୬୩ ହଜାର ୦୭୯ରେ ପହଞ୍ଚିଛି।