ପୁରୀ,୨୨/୯: ସ୍ୱାମୀଙ୍କ ମୃତ୍ୟୁ ପରେ କରୋନାରେ ଆଖି ବୁଜିଲେ ପତ୍ନୀ । ଗତ ରବିବାର ହୃଦଘାତରେ ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ପ୍ରେମାନନ୍ଦ ଦାସ ମହାପାତ୍ରଙ୍କ ମୃତ୍ୟୁ ହୋଇଥିଲା। ଆଜି ତାଙ୍କ ପତ୍ନୀ ବିନୋଦିନୀ ଦାସ ମହାପାତ୍ରଙ୍କ ମୃତ୍ୟୁ ହୋଇଛି। ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଛି।
ପରିବାର ତରଫରୁ ମିଳିଥିବା ସୂଚନାନୁଯାୟୀ, ବିନୋଦିନୀ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ସ୍ୱାମୀ ପ୍ରେମାନନ୍ଦଙ୍କ ମୃତ୍ୟୁ ଖବର ପାଇବା ପରେ ସେ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ପଡ଼ିବା ସହ ଖିଆପିଆ ବି ଛାଡ଼ି ଦେଇଥିଲେ। ତେବେ ଆଜି ସକାଳେ ତାଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।