ଭୁବନେଶ୍ବର,୬/୧୦ : ରାଜ୍ୟରେ ଆଜି ଆଉ ୧୬ ଜଣ କରୋନା ସଂକ୍ରମିତ ଜୀବନ ହରାଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୯୪୦କୁ ବୃଦ୍ଧି ପାଇଛି। ଆଜି ମୃତ୍ୟୁ ବରଣ କରିଥିବା ୧୬ ଜଣଙ୍କ ମଧ୍ୟରେ ବାଲେଶ୍ୱର ଜିଲ୍ଲାରୁ ୪ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୩ଜଣ, କଟକ ଜିଲ୍ଲାରୁ ୨ଜଣ ରହିଥିବାବେଳେ ଅନୁଗୁଳ, ବୌଦ୍ଧ, ମୟୂରଭଞ୍ଜ, ନବରଙ୍ଗପୁର, ନୟାଗଡ଼ , ପୁରୀ ଓ ସୁବର୍ଣ୍ଣପୁରରୁ ଜଣେ ଲେଖାଏଁ ରହିଛନ୍ତି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି।