ହ୍ଵାଟ୍ସଆପରୁ ଡାଉନଲୋଡ଼ କରିପାରିବେ କରୋନା ଟିକାର ସାର୍ଟିଫିକେଟ, ଜାଣନ୍ତୁ ଉପାୟ

ନୂଆଦିଲ୍ଲୀ : ସମସ୍ତ ସରକାରୀ କାର୍ଯ୍ୟ ବ୍ୟତୀତ ବିଭିନ୍ନ କାର୍ଯ୍ୟାଳୟରେ କର୍ମଚାରୀଙ୍କଠାରୁ କରୋନା ଟିକାକରଣର ପ୍ରମାଣପତ୍ର ମଧ୍ୟ ଖୋଜାଯାଉଛି । ଏହାକୁ ଦୃଷ୍ଟିରେ ରଖି ସରକାର ବର୍ତ୍ତମାନ ଟିକାକରଣର ସାର୍ଟିଫିକେଟ ପାଇବା ପ୍ରକ୍ରିୟାକୁ ସହଜ କରିଛନ୍ତି । ବର୍ତ୍ତମାନ ଜଣେ ବ୍ୟକ୍ତିଙ୍କୁ ଟିକାକରଣ ପ୍ରମାଣପତ୍ର ପାଇଁ ଦୌଡିବାକୁ ପଡିବ ନାହିଁ କିମ୍ବା ଅନ୍ୟ କୌଣସି ବ୍ୟବସ୍ଥା ବାବଦରେ ଚିନ୍ତା କରିବାକୁ ପଡିବ ନାହିଁ । ଏଣିକି ଜଣେ ନିଜର ହ୍ୱାଟ୍ସଆପ୍ ରୁ ସହଜରେ ଏହି ସାର୍ଟିଫିକେଟ୍ ଡାଉନଲୋଡ୍ କରିପାରିବ ।

ସର୍ବପ୍ରଥମେ ଆପଣଙ୍କ ମୋବାଇଲରେ MyGov କରୋନା ହେଲ୍ପଡେସ୍କ ହ୍ୱାଟ୍ସଆପ୍ ନମ୍ବର +91 90131 51515 ସେଭ୍ କରନ୍ତୁ । ଏହା ପରେ, ହ୍ଵାଟ୍ସଆପ ଖୋଲନ୍ତୁ ଏବଂ ଏଥିରେ ଥିବା ହେଲ୍ପଡେସ୍କ ହ୍ଵାଟ୍ସଆପ ନମ୍ବର ଖୋଜନ୍ତୁ । ଏହାର ଚାଟ୍ ୱିଣ୍ଡୋରେ, ଡାଉନଲୋଡ୍ ସାର୍ଟିଫିକେଟ୍ ଟାଇପ୍ କରି ପଠାନ୍ତୁ । ଆପଣ ଡାଉନଲୋଡ୍ ସାର୍ଟିଫିକେଟ୍ ବାର୍ତ୍ତା ପଠାଇବା ମାତ୍ରେ ପଞ୍ଜୀକୃତ ମୋବାଇଲ୍ ନମ୍ବରରେ ୬ ଅଙ୍କ ବିଶିଷ୍ଟ ଓଟିପି ଆସିବ । ବର୍ତ୍ତମାନ ଏହି ଓଟିପିକୁ MyGov ର ହ୍ଵାଟ୍ସଆପରେ ଏଣ୍ଟ୍ରି କରନ୍ତୁ । ଯଦି ଏକରୁ ଅଧିକ ଉପଭୋକ୍ତା ପଞ୍ଜୀକୃତ ହୁଅନ୍ତି ତେବେ ସେମାନଙ୍କର ତାଲିକା ଦେଖାଯିବ । ଏଥିରୁ, ଆପଣ ଚାହୁଁଥିବା ସାର୍ଟିଫିକେଟ୍ ଚୟନ କରନ୍ତୁ ଏବଂ ନମ୍ବର ଟାଇପ୍ କରନ୍ତୁ । ଏହି ପ୍ରକ୍ରିୟା ସମାପ୍ତ ହେବା ମାତ୍ରେ କୋଭିଡ ୧୯ ସାର୍ଟିଫିକେଟ୍ ଆପଣଙ୍କ ହ୍ଵାଟ୍ସଆପରେ ଆସିଯିବ ।