ଦେଶରେ ଆଜି ୫୪,୦୪୪ କରୋନା ସଂକ୍ରମିତ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୬ ଲକ୍ଷ ୫୧ ହଜାର ୧୦୮, ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୧୫ ହଜାର ୯୧୪
ନୂଆଦିଲ୍ଲୀ,୨୧ /୧୦: ଦେଶରେ ଆଜି ୫୪,୦୪୪ କରୋନା ସଂକ୍ରମିତ ଚିହ୍ନଟ ହୋଇ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୭୬ ଲକ୍ଷ ୫୧ ହଜାର ୧୦୮ରେ ପହଞ୍ଚିିଛି। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ପୁଣି ୭୧୭ ଜଣଙ୍କୁ ମୃତ୍ୟୁ ଘଟିଥିବା ବେଳେ ସମୁଦାୟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୧୫ ହଜାର ୯୧୪ ଛୁଇଁଛି।
ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ ଦିଆଯାଇଥିଲା ସୂଚନା ଅନୁଯାୟୀ ଏବେ ସୁଦ୍ଧା ଦେଶରେ ସକ୍ରିୟ ରହିଛନ୍ତି ୭ ଲକ୍ଷ ୪୦ ହଜାର ୯୦ ଜଣ। ଦେଶରେ ଏବେ ପର୍ଯ୍ୟନ୍ତ ସୁସ୍ଥ ହୋଇ ସାରିଲେଣି ୬୭ ଲକ୍ଷ ୯୫ ହଜାର ୧୦୩ ଜଣ। ଗତ ୨୪ ଘଣ୍ଟା ମଧ୍ୟରେ କେବଳ ସୁସ୍ଥ ହୋଇଛନ୍ତି ୬୧ ହଜାର ୭୭୫ ଜଣ।
ଇଣ୍ଡିଆନ୍ କାଉନ୍ସିଲ୍ ଅଫ୍ ମେଡିକାଲ୍ ରିସର୍ଚ(ଆସିଏମ୍ଆର୍) ପକ୍ଷରୁ ଦିଅାଯାଇଥିବା ସୂଚନା ଅନୁଯାୟୀ ଅକ୍ଟୋବର ୨୦ ତାରିଖ ସୁଦ୍ଧା ୯ କୋଟି ୭୨ ହଜାର ୩୭୯ କରେନା ନମୁନା ପରୀକ୍ଷା ହୋଇସାରିଛି। ଗତକାଲି କେବଳ ୧୧୦ ଲକ୍ଷ ୮୩ ହଜାର ୬୦୮ ନମୁନା ପରୀକ୍ଷଣ ହୋଇଥିବା ସୂଚନା ରହିଛି।