ଭୁବନେଶ୍ୱର,୨୭/୬ : ରାଜ୍ୟରେ ଆଜି ୬୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜନ୍ମରୁ ୧୮ ବର୍ଷ ମଧ୍ୟରେ ୯, ସଙ୍ଗରୋଧରୁ ୪୨ ଓ ୨୭ ସ୍ଥାନୀୟ ।
୧୦ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ବାଲେଶ୍ୱରରୁ ୫,ବଲାଙ୍ଗୀର ୧, କଟକ ୧୩, ଜଗତସିଂହପୁର ୧, ଯାଜପୁର ୨, କଳାହାଣ୍ଡି ୧, ଖୋର୍ଦ୍ଧା ୨୬, ପୁରୀ ୨, ସମ୍ବଲପୁର ୪, ସୁନ୍ଦରଗଡ ୮, ଷ୍ଟେଟପୁଲରୁ ୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୯,୩୨୮କୁ ବୃଦ୍ଧି ପାଇଛି। ୧୨,୭୯,୬୯୩ ମୋଟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୪୫୬ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।