ଦେଶରେ ଆଜି ୫୪ ହଜାର ୩୬୬ କରୋନା ଆକ୍ରାନ୍ତ ଚିହ୍ନଟ : ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୭ ଲକ୍ଷ ୬୧ ହଜାର ୩୧୨,ମୃତ ସଂଖ୍ୟା ୬୯୦
ନୂଆଦିଲ୍ଲୀ,୨୩ /୧୦ : ଦେଶରେ ଆଜି ୨୪ ଘଣ୍ଟାରେ ୫୪ ହଜାର ୩୬୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୯୦ ଜଣଙ୍କ ମୃତ୍ୟୁ ହୋଇଛି। ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧,୧୭, ୩୦୬ରେ ପହଞ୍ଚିଛି। ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୭ ଲକ୍ଷ ୬୧ ହଜାର ୩୧୨କୁ ବୃଦ୍ଧି ପାଇଛି। ଏହାସହ ୬,୯୫,୫୦୯ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଥିବା ବେଳେ ୬୯,୪୮,୪୯୭ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।