ଦେଶରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବୃଦ୍ଧି : ମୃତ୍ୟୁ ସଂଖ୍ୟା ୭

0

ନୂଆଦିଲ୍ଲୀ,୫ /୬ : ଦେଶରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ନିରନ୍ତର ବୃଦ୍ଧି ପାଉଛି। ଏପର୍ଯ୍ୟନ୍ତ ସାରା ଦେଶରେ ୪ ହଜାରରୁ ଅଧିକ ସକ୍ରିୟ ମାମଲା ରିପୋର୍ଟ ଆସିଛି। କରୋନାର ସକ୍ରିୟ ମାମଲା ୪,୮୬୬ କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୫୬୪ ଟି ନୂଆା କୋଭିଡ୍ ମାମଲା ଚିହ୍ନଟ ହୋଇଛନ୍ତି। ଯାହା ଫଳରେ ସାରା ଦେଶରେ ସକ୍ରିୟ ମାମଲା ସଂଖ୍ୟା ୪,୮୬୬ ରେ ପହଞ୍ଚିଛି।

ଗତକାଲି ୭ ଜଣଙ୍କ ମୃତ୍ୟୁ ରେକର୍ଡ କରାଯାଇଛି। ଯେଉଁଥିରେ ପୂର୍ବରୁ ଶ୍ୱାସକ୍ରିୟା ସମସ୍ୟା ଥିବା ଏକ ୫ ମାସର ଶିଶୁ ମଧ୍ୟ ସାମିଲ ଅଛି। ମହାରାଷ୍ଟ୍ର, ଦିଲ୍ଲୀ, କର୍ଣ୍ଣାଟକରେ ମୃତ୍ୟୁ ସଂଖ୍ୟା ବଢିଛି । ମହାରାଷ୍ଟ୍ରରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ଦିଲ୍ଲୀ ଏବଂ କର୍ଣ୍ଣାଟକରେ ପ୍ରତ୍ୟେକ ୨ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୬ ଜଣ ବୃଦ୍ଧ ବ୍ୟକ୍ତି ଥିଲେ। ଯେଉଁମାନେ ପୂର୍ବରୁ ମଧୁମେହ, ଉଚ୍ଚ ରକ୍ତଚାପ ଏବଂ ନିମୋନିଆ ଭଳି ରୋଗରେ ପୀଡିତ ଥିଲେ।

କେରଳ ସବୁଠାରୁ ଅଧିକ ପ୍ରଭାବିତ ରାଜ୍ୟ । ସେଠାରେ ସର୍ବାଧିକ ସକ୍ରିୟ ମାମଲା ରହିଛି। ତା’ପରେ ଦିଲ୍ଲୀ, ପଶ୍ଚିମବଙ୍ଗ ଏବଂ ମହାରାଷ୍ଟ୍ର ରହିଛି। କେନ୍ଦ୍ର ସରକାର ସତର୍କତା ମୋଡରେ ଅଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଅକ୍ସିଜେନ, ଅତ୍ୟାବଶ୍ୟକ ଔଷଧ ଏବଂ ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛି। ବିଶେଷଜ୍ଞଙ୍କ ବୟସ୍କ ଏବଂ ପୂର୍ବରୁ ଅସୁସ୍ଥ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ଲକ୍ଷଣ ଦେଖାଗଲେ ମାସ୍କ ପିନ୍ଧିବା, ହାତ ଧୋଇବା ଏବଂ ତୁରନ୍ତ ପରୀକ୍ଷା କରିବାକୁ ପରାମର୍ଶ ଦିଆଯାଇଛି।

Leave A Reply

Your email address will not be published.