ରାଜଧାନୀ ଭୁବନେଶ୍ବରରେ ଆଜି ୬୮୩ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର,୨୫ /୪: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଆଜି ଭୁବନେଶ୍ବରରୁ ୬୮୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ବାରେଣ୍ଟାଇନ୍‌ରୁ ୧୦୭ ଓ ଲୋକାଲ୍‌ କଣ୍ଟାକ୍ଟ କେସ୍‌ରେ ୫୭୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି ଭୁବନେଶ୍ବରରୁ ୩୩୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଟ୍ବିଟ୍‌ କରି ସୂଚନା ଦିଆଯାଇଛି। ଆଜି ଭୁବନେଶ୍ବରରୁ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୯ ହଜାର ୯୨୦କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୩୪ହଜାର ୫୩୪ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଏବଂ ବିଭିନ୍ନ ହସ୍‌ପିଟାଲ୍‌ରେ ୫୧୧୩ଜଣ ଚିକିତ୍ସିତ ହେଉଛନ୍ତି। ଆଜି ସୁଦ୍ଧା ଭୁବନେଶ୍ବରରେ ୨୫୨ଜଣଙ୍କ ମୃତ୍ୟୁ ହୋଇଛି।