ରାଜ୍ୟରେ ଆଜି ୧୦,୭୫୭ କରୋନା ପଜିଟିଭ୍ ଚିହ୍ନଟ, ମୃତ୍ୟୁ ସଂଖ୍ୟା ୨୨ ଜଣ

ଭୁବନେଶ୍ୱର, ୧୭/୫ : ରାଜ୍ୟରେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ୧୦୭୫୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୨୨୯୮୧ରେ ପହଞ୍ଚିଛି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୦୨୪ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୪୭୩୩ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।

ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୬୦୬ଜଣ, ବାଲେଶ୍ୱର ଜିଲ୍ଲାରୁ ୩୫୪ଜଣ, ବରଗଡ଼ ଜିଲ୍ଲାରୁ ୪୦୪ଜଣ, ଭଦ୍ରକ ଜିଲ୍ଲାରୁ ୪୪୩ଜଣ, ବଲାଙ୍ଗୀର ଜିଲ୍ଲାରୁ ୫୦୭ଜଣ, ବୌଦ୍ଧ ଜିଲ୍ଲାରୁ ୧୩୩ଜଣ, କଟକ ଜିଲ୍ଲାରୁ ୯୭୩ଜଣ, ଦେଓଗଡ଼ ଜିଲ୍ଲାରୁ ୧୦୨ଜଣ, ଢେଙ୍କାନାଳ ଜିଲ୍ଲାରୁ ୨୮୯ଜଣ, ଗଜପତି ଜିଲ୍ଲାରୁ ୧୪୧ଜଣ, ଗଞ୍ଜାମ ଜିଲ୍ଲାରୁ ୨୦୯ଜଣ, ଜଗତସିଂହପୁର ଜିଲ୍ଲାରୁ ୨୦୯ଜଣ, ଜଗତସିଂହପୁର ଜିଲ୍ଲାରୁ ୨୧୯ଜଣ, ଯାଜପୁର ଜିଲ୍ଲାରୁ ୨୮୧ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୩୮୮ଜଣ, କଳାହାଣ୍ଡି ଜିଲ୍ଲାରୁ ୧୨୫ଜଣ, କନ୍ଧମାଳ ଜିଲ୍ଲାରୁ ୮୭ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୪୮ଜଣ, କେନ୍ଦୁଝର ଜିଲ୍ଲାରୁ ୨୦୮ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୯୦୯ଜଣ, କୋରପୁଟ ଜିଲ୍ଲାରୁ ୨୮୨ଜଣ, ମାଲକାନଗିରି ଜିଲ୍ଲାରୁ ୧୨୩ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୪୫୪ଜଣ, ନବରଙ୍ଗପୁର ଜିଲ୍ଲାରୁ ୩୮୬ଜଣ, ନୟାଗଡ଼ ଜିଲ୍ଲାରୁ ୨୨୭ଜଣ, ନୂଆପଡ଼ା ଜିଲ୍ଲାରୁ ୫୦୨ଜଣ, ପୁରୀ ଜିଲ୍ଲାରୁ ୩୫୦ଜଣ, ରାୟଗଡ଼ା ଜିଲ୍ଲାରୁ ୧୩୬ଜଣ, ସମ୍ବଲପୁର ଜିଲ୍ଲାରୁ ୪୯୪ଜଣ, ସୋନପୁର ଜିଲ୍ଲାରୁ ୨୪୫ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୮୩୨ଜଣ, ଷ୍ଟେଟ୍‌ ପୁଲ୍‌ରୁ ୨୦୦ଜଣ ରହିଛନ୍ତି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୬୨୨,୯୮୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଆଜି ୨୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨,୩୩୫କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରୁ ବୌଦ୍ଧ, କୋରାପୁଟ, ଖୋର୍ଦ୍ଧା, ନୂଆପଡ଼ା, ରାୟଗଡ଼ା, ସୁନ୍ଦରଗଡ଼ ଜିଲ୍ଲାରୁ ୩ଜଣ ଲେଖାଏଁ ରହିଥିବା ବେଳେ ଅନୁଗୁଳ ଜିଲ୍ଲାରୁ ୨ଜଣ ରହିଛନ୍ତି । ସେହିପରି ଗଜପତି ଓ ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ରହିଛନ୍ତି ।