ନୂଆଦିଲ୍ଲୀ, ୨୬/୯ : କରୋନା ଭାଇରସ ମହାମାରୀ ଲାଗି ବିଶ୍ୱରେ ୩ କୋଟି ୨୭ ଲକ୍ଷ ୪୪ ହଜାର ୪୨୯ ଜଣ ଆକ୍ରାନ୍ତ ହୋଇଛନ୍ତି । ଏହି ମାରାତ୍ମକ ଭୂତାଣୁ ଯୋଗୁଁ ଆଜି ସକାଳ ସାଢ଼େ ୬ଟା ପର୍ଯ୍ୟନ୍ତ ୯ ଲକ୍ଷ ୯୨ ହଜାର ୮୯୭ ଜଣଙ୍କର ମୃତ୍ୟୁ ହୋଇଛି । ବିଶ୍ୱବ୍ୟାପୀ ୨ କୋଟି ୪୧ ଲକ୍ଷ ୬୭ ହଜାର ୪୧୪ ଜଣ ସୁସ୍ଥ ହୋଇଥିବା ବେଳେ ଆହୁରି ୭୫ ଲକ୍ଷ ୮୪ ହଜାର ୧୧୮ ଜଣ ଅସୁସ୍ଥ ଅଛନ୍ତି । ଏମାନଙ୍କ ମଧ୍ୟରୁ ୬୩ ହଜାର ୭୨୦ ହେଉଛନ୍ତି ଗୁରୁତର ରୋଗୀ ।
ଯୁକ୍ତରାଷ୍ଟ୍ର ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୨ ଲକ୍ଷ ୩୬ ହଜାର ୩୮୧ରେ ପହଞ୍ଚିଛି । ମୋଟ ୨ ଲକ୍ଷ ୮ ହଜାର ୩୬୯ ଜଣଙ୍କର ମୃତ୍ୟୁ ହୋଇଛି । ରୋଗରୁ ୪୪ ଲକ୍ଷ ୮୦ ହଜାର ୬୮୫ ଜଣ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୨୫ ଲକ୍ଷ ୪୭ ହଜାର ୩୨୭ । ଏଥିରୁ ୧୪ ହଜାର ୧୪୪ ଜଣ ଗୁରୁତର ଅଛନ୍ତି ।