ନୂଆଦିଲ୍ଲୀ, ୨୬/୧୨ : କରୋନା ଭାଇରସ ମହାମାରୀ ଲାଗି ବିଶ୍ୱରେ ୮ କୋଟି ୭ ଲକ୍ଷ ୨୦ ହଜାର ୨୮୯ ଜଣ ଆକ୍ରାନ୍ତ ହୋଇଛନ୍ତି । ଏହି ମାରାତ୍ମକ ଭୂତାଣୁ ଯୋଗୁଁ ଏପର୍ଯ୍ୟନ୍ତ ୧୭ ଲକ୍ଷ ୬୪ ହଜାର ୬୯୮ ଜଣଙ୍କର ମୃତ୍ୟୁ ହୋଇଛି । ବିଶ୍ୱବ୍ୟାପୀ ୫ କୋଟି ୬୯ ଲକ୍ଷ ୧୧ ହଜାର ୪୦୯ ଜଣ ସୁସ୍ଥ ହୋଇଥିବା ବେଳେ ଆହୁରି ୨ କୋଟି ୨୦ ଲକ୍ଷ ୪୪ ହଜାର ୧୮୨ ଜଣ ଅସୁସ୍ଥ ଅଛନ୍ତି । ଏମାନଙ୍କ ମଧ୍ୟରୁ ୧ ଲକ୍ଷ ୫ ହଜାର ୫୧୮ ହେଉଛନ୍ତି ଗୁରୁତର ରୋଗୀ ।