କରୋନା ଭାଇରସ : ବିଶ୍ୱରେ ମୃତ୍ୟୁ ସଂଖ୍ୟା ୧୭ ଲକ୍ଷ ୮୦ ହଜାର ୮୫୦କୁ ବୃଦ୍ଧି

ନୂଆଦିଲ୍ଲୀ, ୨୯/୧୨ : କରୋନା ଭାଇରସ ମହାମାରୀ ଲାଗି ବିଶ୍ୱରେ ୮ କୋଟି ୧୬ ଲକ୍ଷ ୫୧ ହଜାର ୯୩୯ ଜଣ ଆକ୍ରାନ୍ତ ହୋଇଛନ୍ତି । ଏହି ମାରାତ୍ମକ ଭୂତାଣୁ ଯୋଗୁଁ ଆଜି ସକାଳ ପର୍ଯ୍ୟନ୍ତ ୧୭ ଲକ୍ଷ ୮୦ ହଜାର ୮୫୦ ଜଣଙ୍କର ମୃତ୍ୟୁ ହୋଇଛି । ବିଶ୍ୱବ୍ୟାପୀ ୫ କୋଟି ୭୭ ଲକ୍ଷ ୩୨ ହଜାର ୭୨୪ ଜଣ ସୁସ୍ଥ ହୋଇଥିବା ବେଳେ ଆହୁରି ୨ କୋଟି ୨୧ ଲକ୍ଷ ୩୮ ହଜାର ୭୬୫ ଜଣ ଅସୁସ୍ଥ ଅଛନ୍ତି । ଏମାନଙ୍କ ମଧ୍ୟରୁ ୧ ଲକ୍ଷ ୫ ହଜାର ୭୦୫ ହେଉଛନ୍ତି ଗୁରୁତର ରୋଗୀ ।