ନୂଆଦିଲ୍ଲୀ, ୩୦/୧୨ : କରୋନା ଭାଇରସ ମହାମାରୀ ଲାଗି ବିଶ୍ୱରେ ୮ କୋଟି ୨୨ ଲକ୍ଷ ୮୨ ହଜାର ୯୯୯ ଜଣ ଆକ୍ରାନ୍ତ ହୋଇଛନ୍ତି । ଏହି ମାରାତ୍ମକ ଭୂତାଣୁ ଯୋଗୁଁ ଆଜି ସକାଳ ପର୍ଯ୍ୟନ୍ତ ୧୭ ଲକ୍ଷ ୯୫ ହଜାର ୩୩ ଜଣଙ୍କର ମୃତ୍ୟୁ ହୋଇଛି । ବିଶ୍ୱବ୍ୟାପୀ ୫ କୋଟି ୮୩ ଲକ୍ଷ ୮ ହଜାର ୮୦୧ ଜଣ ସୁସ୍ଥ ହୋଇଥିବା ବେଳେ ଆହୁରି ୨ କୋଟି ୨୧ ଲକ୍ଷ ୭୯ ହଜାର ୧୬୫ ଜଣ ଅସୁସ୍ଥ ଅଛନ୍ତି । ଏମାନଙ୍କ ମଧ୍ୟରୁ ୧ ଲକ୍ଷ ୫ ହଜାର ୯୩୦ ହେଉଛନ୍ତି ଗୁରୁତର ରୋଗୀ ।