କରୋନା ଭାଇରସ : ବିଶ୍ୱରେ ୨୪ ଘଣ୍ଟାରେ ୫ ଲକ୍ଷ ୮୫ ହଜାର ନୂଆ ପଜିଟିଭ ଚିହ୍ନଟ, ମୋଟ ସଂକ୍ରମିତଙ୍କ ସଂଖ୍ୟା ୮ କୋଟି ୪୩ ଲକ୍ଷ ୪୯ ହଜାର
ନୂଆଦିଲ୍ଲୀ, ୨/୧ : କରୋନା ଭାଇରସ ଯୋଗୁଁ ସାରା ବିଶ୍ୱରେ ଗତ ୨୪ ଘଣ୍ଟାରେ ୫ ଲକ୍ଷ ୮୫ ହଜାରରୁ ଅଧିକ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ସହିତ ବିଶ୍ୱରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୮ କୋଟି ୪୩ ଲକ୍ଷ ୪୯ ହଜାର ୫୨୪ରେ ପହଞ୍ଚିଛି । ଏହି ମାରାତ୍ମକ ଭୂତାଣୁ ଯୋଗୁଁ ଆଜି ସକାଳ ପର୍ଯ୍ୟନ୍ତ ୧୮ ଲକ୍ଷ ୩୪ ହଜାର ୩୫୬ ଜଣଙ୍କର ମୃତ୍ୟୁ ହୋଇଛି । ବିଶ୍ୱବ୍ୟାପୀ ୫ କୋଟି ୯୬ ଲକ୍ଷ ୧୮ ହଜାର ୪୩୬ ଜଣ ସୁସ୍ଥ ହୋଇଥିବା ବେଳେ ଆହୁରି ୨ କୋଟି ୨୮ ଲକ୍ଷ ୯୬ ହଜାର ୭୩୨ ଜଣ ଅସୁସ୍ଥ ଅଛନ୍ତି । ଏମାନଙ୍କ ମଧ୍ୟରୁ ୧ ଲକ୍ଷ ୬ ହଜାର ୫୫୭ ହେଉଛନ୍ତି ଗୁରୁତର ରୋଗୀ ।