ନୂଆଦିଲ୍ଲୀ, ୮/୧ : କରୋନା ଭାଇରସ ଯୋଗୁଁ ବିଶ୍ୱରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୮ କୋଟି ୮୪ ଲକ୍ଷ ୫୫ ହଜାର ୬୭୬ରେ ପହଞ୍ଚିଛି । ଏହି ମାରାତ୍ମକ ଭୂତାଣୁ ଯୋଗୁଁ ଆଜି ସକାଳ ସାଢେ ୬ଟା ପର୍ଯ୍ୟନ୍ତ ୧୯ ଲକ୍ଷ ୫ ହଜାର ୧୭୩ ଜଣଙ୍କର ମୃତ୍ୟୁ ହୋଇଛି । ବିଶ୍ୱବ୍ୟାପୀ ୬ କୋଟି ୩୫ ଲକ୍ଷ ୯୩ ହଜାର ୨୪୩ ଜଣ ସୁସ୍ଥ ହୋଇଥିବା ବେଳେ ଆହୁରି ୨ କୋଟି ୨୯ ଲକ୍ଷ ୫୭ ହଜାର ୬୦ ଜଣ ଅସୁସ୍ଥ ଅଛନ୍ତି । ଏମାନଙ୍କ ମଧ୍ୟରୁ ୧ ଲକ୍ଷ ୮ ହଜାର ୩୦୪ ହେଉଛନ୍ତି ଗୁରୁତର ରୋଗୀ ।