କରୋନା ଭାଇରସ : ବିଶ୍ୱରେ ଆକ୍ରାନ୍ତଙ୍କ ସଂଖ୍ୟା ୯ କୋଟି ୧୩ ଲକ୍ଷ ୧୪ ହଜାର, ମୃତ୍ୟୁ ସଂଖ୍ୟା ୧୯ ଲକ୍ଷ ୫୨ ହଜାର

ନୂଆଦିଲ୍ଲୀ, ୧୨/୧ : କରୋନା ଭାଇରସ ଯୋଗୁଁ ବିଶ୍ୱରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯ କୋଟି ୧୩ ଲକ୍ଷ ୧୪ ହଜାର ୩୭୦ରେ ପହଞ୍ଚିଛି । ଏହି ମାରାତ୍ମକ ଭୂତାଣୁ ଯୋଗୁଁ ଆଜି ସକାଳ ସାଢେ ୭ଟା ପର୍ଯ୍ୟନ୍ତ ୧୯ ଲକ୍ଷ ୫୨ ହଜାର ୮୭୯ ଜଣଙ୍କର ମୃତ୍ୟୁ ହୋଇଛି । ବିଶ୍ୱବ୍ୟାପୀ ୬ କୋଟି ୫୨ ଲକ୍ଷ ୮୬ ହଜାର ୩୨୮ ଜଣ ସୁସ୍ଥ ହୋଇଥିବା ବେଳେ ଆହୁରି ୨ କୋଟି ୪୦ ଲକ୍ଷ ୭୫ ହଜାର ୧୬୩ ଜଣ ଅସୁସ୍ଥ ଅଛନ୍ତି । ଏମାନଙ୍କ ମଧ୍ୟରୁ ୧ ଲକ୍ଷ ୮ ହଜାର ୭୫୦ ହେଉଛନ୍ତି ଗୁରୁତର ରୋଗୀ ।

Comments are closed.