ନୂଆଦିଲ୍ଲୀ, ୧୩/୧ : କରୋନା ଭାଇରସ ଯୋଗୁଁ ବିଶ୍ୱରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯ କୋଟି ୨୦ ଲକ୍ଷ ୫ ହଜାର ୩୮୨ରେ ପହଞ୍ଚିଛି । ଏହି ମାରାତ୍ମକ ଭୂତାଣୁ ଯୋଗୁଁ ଆଜି ସକାଳ ସାଢେ ୭ଟା ପର୍ଯ୍ୟନ୍ତ ୧୯ ଲକ୍ଷ ୭୦ ହଜାର ୦୩୦ ଜଣଙ୍କର ମୃତ୍ୟୁ ହୋଇଛି । ବିଶ୍ୱବ୍ୟାପୀ ୬ କୋଟି ୫୮ ଲକ୍ଷ ୧୮ ହଜାର ୦୩୮ ଜଣ ସୁସ୍ଥ ହୋଇଥିବା ବେଳେ ଆହୁରି ୨ କୋଟି ୪୨ ଲକ୍ଷ ୧୭ ହଜାର ୩୧୪ ଜଣ ଅସୁସ୍ଥ ଅଛନ୍ତି । ଏମାନଙ୍କ ମଧ୍ୟରୁ ୧ ଲକ୍ଷ ୧୦ ହଜାର ୦୮୧ ହେଉଛନ୍ତି ଗୁରୁତର ରୋଗୀ ।