କରୋନା ଭାଇରସ : ବିଶ୍ୱରେ ମୃତ୍ୟୁ ସଂଖ୍ୟା ୨୨ ଲକ୍ଷ ୨୯ ହଜାର, ଆକ୍ରାନ୍ତଙ୍କ ସଂଖ୍ୟା ୧୦ କୋଟି ୩୧ ଲକ୍ଷ ୨୩ ହଜାର

ନୂଆଦିଲ୍ଲୀ, ୩୧/୧ : କରୋନା ଭାଇରସ ଯୋଗୁଁ ବିଶ୍ୱରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦ କୋଟି ୩୧ ଲକ୍ଷ ୨୩ ହଜାର ୮୯୨ରେ ପହଞ୍ଚିଛି । ଏହି ମାରାତ୍ମକ ଭୂତାଣୁ ଯୋଗୁଁ ଆଜି ସକାଳ ସାଢେ ୭ଟା ପର୍ଯ୍ୟନ୍ତ ୨୨ ଲକ୍ଷ ୨୯ ହଜାର ୨୩୪ ଜଣଙ୍କର ମୃତ୍ୟୁ ହୋଇଛି । ବିଶ୍ୱବ୍ୟାପୀ ୭ କୋଟି ୪୭ ଲକ୍ଷ ୪୯ ହଜାର ୪୭୫ ଜଣ ସୁସ୍ଥ ହୋଇଥିବା ବେଳେ ଆହୁରି ୨ କୋଟି ୬୧ ଲକ୍ଷ ୪୧ ହଜାର ୨୦୫ ଜଣ ଅସୁସ୍ଥ ଅଛନ୍ତି । ଏମାନଙ୍କ ମଧ୍ୟରୁ ୧ ଲକ୍ଷ ୮ ହଜାର ୩୩୨ ହେଉଛନ୍ତି ଗୁରୁତର ରୋଗୀ ।