ନୂଆଦିଲ୍ଲୀ, ୩/୨ : କରୋନା ଭାଇରସ ଯୋଗୁଁ ବିଶ୍ୱରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦ କୋଟି ୪୩ ଲକ୍ଷ ୯୧ ହଜାର ୧୮୭ରେ ପହଞ୍ଚିଛି । ଏହି ମାରାତ୍ମକ ଭୂତାଣୁ ଯୋଗୁଁ ଆଜି ସକାଳ ୮ଟା ପର୍ଯ୍ୟନ୍ତ ୨୨ ଲକ୍ଷ ୬୨ ହଜାର ୭୩୩ ଜଣଙ୍କର ମୃତ୍ୟୁ ହୋଇଛି । ବିଶ୍ୱବ୍ୟାପୀ ୭ କୋଟି ୬୨ ଲକ୍ଷ ୪୬ ହଜାର ୫୪୨ ଜଣ ସୁସ୍ଥ ହୋଇଥିବା ବେଳେ ଆହୁରି ୨ କୋଟି ୫୮ ଲକ୍ଷ ୭୬ ହଜାର ୪୫୨ ଜଣ ଅସୁସ୍ଥ ଅଛନ୍ତି । ଏମାନଙ୍କ ମଧ୍ୟରୁ ୧ ଲକ୍ଷ ୭ ହଜାର ୦୪୨ ହେଉଛନ୍ତି ଗୁରୁତର ରୋଗୀ ।