ନୂଆଦିଲ୍ଲୀ, ୪/୨ : କରୋନା ଭାଇରସ ଯୋଗୁଁ ବିଶ୍ୱରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦ କୋଟି ୪୮ ଲକ୍ଷ ୮୮ ହଜାର ୯୮୮ରେ ପହଞ୍ଚିଛି । ଏହି ମାରାତ୍ମକ ଭୂତାଣୁ ଯୋଗୁଁ ଆଜି ସକାଳ ୭ଟା ପର୍ଯ୍ୟନ୍ତ ୨୨ ଲକ୍ଷ ୭୬ ହଜାର ୭୨୬ ଜଣଙ୍କର ମୃତ୍ୟୁ ହୋଇଛି । ବିଶ୍ୱବ୍ୟାପୀ ୭ କୋଟି ୬୬ ଲକ୍ଷ ୧୫ ହଜାର ୧୫୨ ଜଣ ସୁସ୍ଥ ହୋଇଥିବା ବେଳେ ଆହୁରି ୨ କୋଟି ୫୮ ଲକ୍ଷ ୫୩ ହଜାର ୦୮୫ ଜଣ ଅସୁସ୍ଥ ଅଛନ୍ତି । ଏମାନଙ୍କ ମଧ୍ୟରୁ ୧ ଲକ୍ଷ ୬ ହଜାର ୫୫୬ ହେଉଛନ୍ତି ଗୁରୁତର ରୋଗୀ ।