ନୂଆଦିଲ୍ଲୀ, ୭/୨ : କରୋନା ଭାଇରସ ଯୋଗୁଁ ବିଶ୍ୱରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦ କୋଟି ୬୩ ଲକ୍ଷ ୪୨ ହଜାର ୮୬୫ରେ ପହଞ୍ଚିଛି । ଏହି ମାରାତ୍ମକ ଭୂତାଣୁ ଯୋଗୁଁ ଆଜି ସକାଳ ୮ଟା ପର୍ଯ୍ୟନ୍ତ ୨୩ ଲକ୍ଷ ୨୦ ହଜାର ୪୪୫ ଜଣଙ୍କର ମୃତ୍ୟୁ ହୋଇଛି । ବିଶ୍ୱବ୍ୟାପୀ ୭ କୋଟି ୭୯ ଲକ୍ଷ ୮୦ ହଜାର ୧୬୩ ଜଣ ସୁସ୍ଥ ହୋଇଥିବା ବେଳେ ଆହୁରି ୨ କୋଟି ୫୮ ଲକ୍ଷ ୯୬ ହଜାର ୯୩୪ ଜଣ ଅସୁସ୍ଥ ଅଛନ୍ତି । ଏମାନଙ୍କ ମଧ୍ୟରୁ ୧ ଲକ୍ଷ ୪ ହଜାର ୪୦୮ ହେଉଛନ୍ତି ଗୁରୁତର ରୋଗୀ ।