କରୋନା ଭାଇରସ : ବିଶ୍ୱରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ କୋଟି ୬୬ ଲକ୍ଷ, ମୃତ୍ୟୁ ସଂଖ୍ୟା ୨୩ ଲକ୍ଷ ୨୬ ହଜାର

ନୂଆଦିଲ୍ଲୀ, ୮/୨ : କରୋନା ଭାଇରସ ଯୋଗୁଁ ବିଶ୍ୱରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦ କୋଟି ୬୬ ଲକ୍ଷ ୭୭ ହଜାର ୩୭୨ରେ ପହଞ୍ଚିଛି । ଏହି ମାରାତ୍ମକ ଭୂତାଣୁ ଯୋଗୁଁ ଆଜି ସକାଳ ୮ଟା ପର୍ଯ୍ୟନ୍ତ ୨୩ ଲକ୍ଷ ୨୬ ହଜାର ୮୧୯ ଜଣଙ୍କର ମୃତ୍ୟୁ ହୋଇଛି । ବିଶ୍ୱବ୍ୟାପୀ ୭ କୋଟି ୮୩ ଲକ୍ଷ ୭୫ ହଜାର ୪୩୩ ଜଣ ସୁସ୍ଥ ହୋଇଥିବା ବେଳେ ଆହୁରି ୨ କୋଟି ୫୮ ଲକ୍ଷ ୨୯ ହଜାର ୦୦୪ ଜଣ ଅସୁସ୍ଥ ଅଛନ୍ତି । ଏମାନଙ୍କ ମଧ୍ୟରୁ ୧ ଲକ୍ଷ ୩ ହଜାର ୭୬୬ ହେଉଛନ୍ତି ଗୁରୁତର ରୋଗୀ ।