କରୋନା ଭାଇରସ : ବିଶ୍ୱରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ କୋଟି ୭୦ ଲକ୍ଷ, ମୃତ୍ୟୁ ସଂଖ୍ୟା ୨୩ ଲକ୍ଷ ୩୬ ହଜାର

ନୂଆଦିଲ୍ଲୀ, ୯/୨ : କରୋନା ଭାଇରସ ଯୋଗୁଁ ବିଶ୍ୱରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦ କୋଟି ୭୦ ଲକ୍ଷ ୪ ହଜାର ୪୪୪ରେ ପହଞ୍ଚିଛି । ଏହି ମାରାତ୍ମକ ଭୂତାଣୁ ଯୋଗୁଁ ଆଜି ସକାଳ ୮ଟା ପର୍ଯ୍ୟନ୍ତ ୨୩ ଲକ୍ଷ ୩୬ ହଜାର ୨୪୨ ଜଣଙ୍କର ମୃତ୍ୟୁ ହୋଇଛି । ବିଶ୍ୱବ୍ୟାପୀ ୭ କୋଟି ୮୮ ଲକ୍ଷ ୪୮ ହଜାର ୯୪୬ ଜଣ ସୁସ୍ଥ ହୋଇଥିବା ବେଳେ ଆହୁରି ୨ କୋଟି ୫୬ ଲକ୍ଷ ୭୨ ହଜାର ୩୦୮ ଜଣ ଅସୁସ୍ଥ ଅଛନ୍ତି । ଏମାନଙ୍କ ମଧ୍ୟରୁ ୧ ଲକ୍ଷ ୨ ହଜାର ୯୭୫ ହେଉଛନ୍ତି ଗୁରୁତର ରୋଗୀ ।