ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୫୧ ଲକ୍ଷ ୨୨ ହଜାର ୨୮୧, ମୃତ୍ୟୁ ସଂଖ୍ୟା ୧୦ ଲକ୍ଷ ୩୭ ହଜାର

ନୂଆଦିଲ୍ଲୀ, ୪/୧୦: କରୋନା ଭାଇରସ ମହାମାରୀ ଲାଗି ବିଶ୍ୱରେ ୩ କୋଟି ୫୧ ଲକ୍ଷ ୨୨ ହଜାର ୨୮୧ ଜଣ ଆକ୍ରାନ୍ତ ହୋଇଛନ୍ତି । ଏହି ମାରାତ୍ମକ ଭୂତାଣୁ ଯୋଗୁଁ ଆଜି ସକାଳ ସାଢ଼େ ୬ଟା ପର୍ଯ୍ୟନ୍ତ ୧୦ ଲକ୍ଷ ୩୭ ହଜାର ୫୨୪ ଜଣଙ୍କର ମୃତ୍ୟୁ ହୋଇଛି । ବିଶ୍ୱବ୍ୟାପୀ ୨ କୋଟି ୬୧ ଲକ୍ଷ ୧୭ ହଜାର ୨୪୧ ଜଣ ସୁସ୍ଥ ହୋଇଥିବା ବେଳେ ଆହୁରି ୭୯ ଲକ୍ଷ ୬୭ ହଜାର ୫୧୬ ଜଣ ଅସୁସ୍ଥ ଅଛନ୍ତି । ଏମାନଙ୍କ ମଧ୍ୟରୁ ୬୬ ହଜାର ୨୬୭ ହେଉଛନ୍ତି ଗୁରୁତର ରୋଗୀ ।

ଯୁକ୍ତରାଷ୍ଟ୍ର ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୬ ଲକ୍ଷ ୮୪୬ରେ ପହଞ୍ଚିଛି । ମୋଟ ୨ ଲକ୍ଷ ୧୪ ହଜାର ୨୭୭ ଜଣଙ୍କର ମୃତ୍ୟୁ ହୋଇଛି । ରୋଗରୁ ୪୮ ଲକ୍ଷ ୧୮ ହଜାର ୫୦୯ ଜଣ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୨୫ ଲକ୍ଷ ୬୮ ହଜାର ୬୦ । ଏଥିରୁ ୧୪ ହଜାର ୧୭୯ ଜଣ ଗୁରୁତର ଅଛନ୍ତି ।