ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୫୬ ଲକ୍ଷ ୯୩ ହଜାର ୫୩୩, ମୃତ୍ୟୁ ସଂଖ୍ୟା ୧୦ ଲକ୍ଷ ୪୫ ହଜାର

ନୂଆଦିଲ୍ଲୀ, ୬/୧୦: କରୋନା ଭାଇରସ ମହାମାରୀ ଲାଗି ବିଶ୍ୱରେ ୩ କୋଟି ୫୬ ଲକ୍ଷ ୯୩ ହଜାର ୫୩୩ ଜଣ ଆକ୍ରାନ୍ତ ହୋଇଛନ୍ତି । ଏହି ମାରାତ୍ମକ ଭୂତାଣୁ ଯୋଗୁଁ ଆଜି ସକାଳ ସାଢ଼େ ୬ଟା ପର୍ଯ୍ୟନ୍ତ ୧୦ ଲକ୍ଷ ୪୫ ହଜାର ୮୪୯ ଜଣଙ୍କର ମୃତ୍ୟୁ ହୋଇଛି । ବିଶ୍ୱବ୍ୟାପୀ ୨ କୋଟି ୬୮ ଲକ୍ଷ ୫୯ ହଜାର ୪୦୪ ଜଣ ସୁସ୍ଥ ହୋଇଥିବା ବେଳେ ଆହୁରି ୭୭ ଲକ୍ଷ ୮୮ ହଜାର ୨୮୦ ଜଣ ଅସୁସ୍ଥ ଅଛନ୍ତି । ଏମାନଙ୍କ ମଧ୍ୟରୁ ୬୬ ହଜାର ୭୯୨ ହେଉଛନ୍ତି ଗୁରୁତର ରୋଗୀ ।

ଯୁକ୍ତରାଷ୍ଟ୍ର ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୬ ଲକ୍ଷ ୭୮ ହଜାର ୪୫୪ରେ ପହଞ୍ଚିଛି । ମୋଟ ୨ ଲକ୍ଷ ୧୪ ହଜାର ୯୯୪ ଜଣଙ୍କର ମୃତ୍ୟୁ ହୋଇଛି । ରୋଗରୁ ୪୮ ଲକ୍ଷ ୯୦ ହଜାର ୩୦୬ ଜଣ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୨୫ ଲକ୍ଷ ୭୩ ହଜାର ୧୫୪ । ଏଥିରୁ ୧୪ ହଜାର ୧୯୩ ଜଣ ଗୁରୁତର ଅଛନ୍ତି ।