ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୬୩ ଲକ୍ଷ ୮୦ ହଜାର ୯୭୮, ମୃତ୍ୟୁ ସଂଖ୍ୟା ୧୦ ଲକ୍ଷ ୫୯ ହଜାର

ନୂଆଦିଲ୍ଲୀ, ୮/୧୦: କରୋନା ଭାଇରସ ମହାମାରୀ ଲାଗି ବିଶ୍ୱରେ ୩ କୋଟି ୬୩ ଲକ୍ଷ ୮୦ ହଜାର ୯୭୮ ଜଣ ଆକ୍ରାନ୍ତ ହୋଇଛନ୍ତି । ଏହି ମାରାତ୍ମକ ଭୂତାଣୁ ଯୋଗୁଁ ଆଜି ସକାଳ ସାଢ଼େ ୬ଟା ପର୍ଯ୍ୟନ୍ତ ୧୦ ଲକ୍ଷ ୫୯ ହଜାର ୯୭୫ ଜଣଙ୍କର ମୃତ୍ୟୁ ହୋଇଛି । ବିଶ୍ୱବ୍ୟାପୀ ୨ କୋଟି ୭୪ ଲକ୍ଷ ୧ ହଜାର ୮୯୫ ଜଣ ସୁସ୍ଥ ହୋଇଥିବା ବେଳେ ଆହୁରି ୭୯ ଲକ୍ଷ ୧୯ ହଜାର ୧୦୮ ଜଣ ଅସୁସ୍ଥ ଅଛନ୍ତି । ଏମାନଙ୍କ ମଧ୍ୟରୁ ୬୭ ହଜାର ୪୦୭ ହେଉଛନ୍ତି ଗୁରୁତର ରୋଗୀ ।

ଯୁକ୍ତରାଷ୍ଟ୍ର ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୭ ଲକ୍ଷ ୭୬ ହଜାର ୦୧୯ରେ ପହଞ୍ଚିଛି । ମୋଟ ୨ ଲକ୍ଷ ୧୬ ହଜାର ୭୬୩ ଜଣଙ୍କର ମୃତ୍ୟୁ ହୋଇଛି । ରୋଗରୁ ୪୯ ଲକ୍ଷ ୮୩ ହଜାର ୨୨୮ ଜଣ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୨୫ ଲକ୍ଷ ୭୬ ହଜାର ୨୮ । ଏଥିରୁ ୧୪ ହଜାର ୫୫୮ ଜଣ ଗୁରୁତର ଅଛନ୍ତି ।