ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୮୩ ଲକ୍ଷ ୪୭ ହଜାର ୭୭୩, ମୃତ୍ୟୁ ସଂଖ୍ୟା ୧୦ ଲକ୍ଷ ୯୦ ହଜାର

ନୂଆଦିଲ୍ଲୀ, ୧୪/୧୦ : କରୋନା ଭାଇରସ ମହାମାରୀ ଲାଗି ବିଶ୍ୱରେ ୩ କୋଟି ୮୩ ଲକ୍ଷ ୪୭ ହଜାର ୭୭୩ ଜଣ ଆକ୍ରାନ୍ତ ହୋଇଛନ୍ତି । ଏହି ମାରାତ୍ମକ ଭୂତାଣୁ ଯୋଗୁଁ ଆଜି ସକାଳ ସାଢ଼େ ୬ଟା ପର୍ଯ୍ୟନ୍ତ ୧୦ ଲକ୍ଷ ୯୦ ହଜାର ୧୭୯ ଜଣଙ୍କର ମୃତ୍ୟୁ ହୋଇଛି । ବିଶ୍ୱବ୍ୟାପୀ ୨ କୋଟି ୮୮ ଲକ୍ଷ ୩୫ ହଜାର ୫୧୯ ଜଣ ସୁସ୍ଥ ହୋଇଥିବା ବେଳେ ଆହୁରି ୮୪ ଲକ୍ଷ ୨୨ ହଜାର ୭୫ ଜଣ ଅସୁସ୍ଥ ଅଛନ୍ତି । ଏମାନଙ୍କ ମଧ୍ୟରୁ ୬୯ ହଜାର ୮୩୦ ହେଉଛନ୍ତି ଗୁରୁତର ରୋଗୀ ।

ଯୁକ୍ତରାଷ୍ଟ୍ର ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୦ ଲକ୍ଷ ୮୯ ହଜାର ୮୯୮ରେ ପହଞ୍ଚିଛି । ମୋଟ ୨ ଲକ୍ଷ ୨୦ ହଜାର ୮୨୭ ଜଣଙ୍କର ମୃତ୍ୟୁ ହୋଇଛି । ରୋଗରୁ ୫୨ ଲକ୍ଷ ୨୧ ହଜାର ୩୩୯ ଜଣ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୨୬ ଲକ୍ଷ ୪୭ ହଜାର ୭୨୩ । ଏଥିରୁ ୧୪ ହଜାର ୯୩୬ ଜଣ ଗୁରୁତର ଅଛନ୍ତି ।