ନୂଆଦିଲ୍ଲୀ, ୧୯/୧୦ : କରୋନା ଭାଇରସ ମହାମାରୀ ଲାଗି ବିଶ୍ୱରେ ୪ କୋଟି ୨ ଲକ୍ଷ ୬୪ ହଜାର ୨୧୮ ଜଣ ଆକ୍ରାନ୍ତ ହୋଇଛନ୍ତି । ଏହି ମାରାତ୍ମକ ଭୂତାଣୁ ଯୋଗୁଁ ଆଜି ସକାଳ ସାଢ଼େ ୬ଟା ପର୍ଯ୍ୟନ୍ତ ୧୧ ଲକ୍ଷ ୧୮ ହଜାର ୯୨୬ ଜଣଙ୍କର ମୃତ୍ୟୁ ହୋଇଛି । ବିଶ୍ୱବ୍ୟାପୀ ୩ କୋଟି ୧ ଲକ୍ଷ ୮ ହଜାର ୩୧ ଜଣ ସୁସ୍ଥ ହୋଇଥିବା ବେଳେ ଆହୁରି ୯୦ ଲକ୍ଷ ୩୮ ହଜାର ୨୦ ଜଣ ଅସୁସ୍ଥ ଅଛନ୍ତି । ଏମାନଙ୍କ ମଧ୍ୟରୁ ୭୧ ହଜାର ୯୭୨ ହେଉଛନ୍ତି ଗୁରୁତର ରୋଗୀ ।
ଯୁକ୍ତରାଷ୍ଟ୍ର ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୩ ଲକ୍ଷ ୮୭ ହଜାର ୭୯୮ରେ ପହଞ୍ଚିଛି । ମୋଟ ୨ ଲକ୍ଷ ୨୪ ହଜାର ୭୩୦ ଜଣଙ୍କର ମୃତ୍ୟୁ ହୋଇଛି । ରୋଗରୁ ୫୪ ଲକ୍ଷ ୫୯ ହଜାର ୫୭ ଜଣ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୨୭ ଲକ୍ଷ ୫ ହଜାର ୩୮୭ । ଏଥିରୁ ୧୫ ହଜାର ୩୮୦ ଜଣ ଗୁରୁତର ଅଛନ୍ତି ।