ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ କୋଟି ୧୦ ଲକ୍ଷ ୨୨ ହଜାର, ମୃତ୍ୟୁ ସଂଖ୍ୟା ୧୧ ଲକ୍ଷ ୨୮ ହଜାର

ନୂଆଦିଲ୍ଲୀ, ୨୧/୧୦ : କରୋନା ଭାଇରସ ମହାମାରୀ ଲାଗି ବିଶ୍ୱରେ ୪ କୋଟି ୧୦ ଲକ୍ଷ ୨୨ ହଜାର ୩୮୨ ଜଣ ଆକ୍ରାନ୍ତ ହୋଇଛନ୍ତି । ଏହି ମାରାତ୍ମକ ଭୂତାଣୁ ଯୋଗୁଁ ଆଜି ସକାଳ ସାଢ଼େ ୬ଟା ପର୍ଯ୍ୟନ୍ତ ୧୧ ଲକ୍ଷ ୨୮ ହଜାର ୮୯୬ ଜଣଙ୍କର ମୃତ୍ୟୁ ହୋଇଛି । ବିଶ୍ୱବ୍ୟାପୀ ୩ କୋଟି ୬ ଲକ୍ଷ ୧୮ ହଜାର ୧୪୭ ଜଣ ସୁସ୍ଥ ହୋଇଥିବା ବେଳେ ଆହୁରି ୯୨ ଲକ୍ଷ ୭୫ ହଜାର ୩୩୯ ଜଣ ଅସୁସ୍ଥ ଅଛନ୍ତି । ଏମାନଙ୍କ ମଧ୍ୟରୁ ୭୬ ହଜାର ୯୨୮ ହେଉଛନ୍ତି ଗୁରୁତର ରୋଗୀ ।

ଯୁକ୍ତରାଷ୍ଟ୍ର ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୫ ଲକ୍ଷ ୧୯ ହଜାର ୬୪୮ରେ ପହଞ୍ଚିଛି । ମୋଟ ୨ ଲକ୍ଷ ୨୬ ହଜାର ୧୩୭ ଜଣଙ୍କର ମୃତ୍ୟୁ ହୋଇଛି । ରୋଗରୁ ୫୫ ଲକ୍ଷ ୪୪ ହଜାର ୬୪୦ ଜଣ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୨୭ ଲକ୍ଷ ୪୯ ହଜାର ୫୧ । ଏଥିରୁ ୧୫ ହଜାର ୬୨୪ ଜଣ ଗୁରୁତର ଅଛନ୍ତି ।