ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୬ ଲକ୍ଷ ୮୫ ହଜାର ୨୫୭, ମୃତ୍ୟୁ ସଂଖ୍ୟା ୯ ଲକ୍ଷ ୫୫ ହଜାର

ନୂଆଦିଲ୍ଲୀ, ୧୯/୯ : କରୋନା ଭାଇରସ ମହାମାରୀ ଲାଗି ବିଶ୍ୱରେ ୩ କୋଟି ୬ ଲକ୍ଷ ୮୫ ହଜାର ୨୫୭ ଜଣ ଆକ୍ରାନ୍ତ ହୋଇଛନ୍ତି । ଏହି ମାରାତ୍ମକ ଭୂତାଣୁ ଯୋଗୁଁ ଶୁକ୍ରବାର ସକାଳ ସାଢ଼େ ୬ଟା ପର୍ଯ୍ୟନ୍ତ ୯ ଲକ୍ଷ ୫୫ ହଜାର ୬୯୪ ଜଣଙ୍କର ମୃତ୍ୟୁ ହୋଇଛି । ବିଶ୍ୱବ୍ୟାପୀ ୨ କୋଟି ୨୩ ଲକ୍ଷ ୨୭ ହଜାର ୨୩୨ ଜଣ ସୁସ୍ଥ ହୋଇଥିବା ବେଳେ ଆହୁରି ୭୪ ଲକ୍ଷ ୨ ହଜାର ୩୩୧ ଜଣ ଅସୁସ୍ଥ ଅଛନ୍ତି । ଏମାନଙ୍କ ମଧ୍ୟରୁ ୬୧ ହଜାର ୨୯୩ ହେଉଛନ୍ତି ଗୁରୁତର ରୋଗୀ ।

ଯୁକ୍ତରାଷ୍ଟ୍ର ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୯ ଲକ୍ଷ ୨୫ ହଜାର ୫୮୯ରେ ପହଞ୍ଚିଛି । ମୋଟ ୨ ଲକ୍ଷ ୩ ହଜାର ୧୪୦ ଜଣଙ୍କର ମୃତ୍ୟୁ ହୋଇଛି । ରୋଗରୁ ୪୧ ଲକ୍ଷ ୯୧ ହଜାର ୭୫୨ ଜଣ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୨୫ ଲକ୍ଷ ୩୦ ହଜାର ୬୯୭ । ଏଥିରୁ ୧୪ ହଜାର ୧୭୯ ଜଣ ଗୁରୁତର ଅଛନ୍ତି ।