ନୂଆଦିଲ୍ଲୀ, ୧୭/୧୧ : କରୋନା ଭାଇରସ ମହାମାରୀ ଲାଗି ବିଶ୍ୱରେ ୫ କୋଟି ୫୩ ଲକ୍ଷ ୩୧ ହଜାର ୨୫୯ ଜଣ ଆକ୍ରାନ୍ତ ହୋଇଛନ୍ତି । ଏହି ମାରାତ୍ମକ ଭୂତାଣୁ ଯୋଗୁଁ ଆଜି ସକାଳ ସାଢ଼େ ୬ଟା ପର୍ଯ୍ୟନ୍ତ ୧୩ ଲକ୍ଷ ୩୧ ହଜାର ୬୫୦ ଜଣଙ୍କର ମୃତ୍ୟୁ ହୋଇଛି । ବିଶ୍ୱବ୍ୟାପୀ ୩ କୋଟି ୮୪ ଲକ୍ଷ ୬୪ ହଜାର ୬୦୦ ଜଣ ସୁସ୍ଥ ହୋଇଥିବା ବେଳେ ଆହୁରି ୧ କୋଟି ୫୫ ଲକ୍ଷ ୩୫ ହଜାର ୯ ଜଣ ଅସୁସ୍ଥ ଅଛନ୍ତି । ଏମାନଙ୍କ ମଧ୍ୟରୁ ୯୯ ହଜାର ୭୯୧ ହେଉଛନ୍ତି ଗୁରୁତର ରୋଗୀ ।
ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୫ ଲକ୍ଷ ୩୩ ହଜାର ୨୯୦ରେ ପହଞ୍ଚିଛି । ମୋଟ ୨ ଲକ୍ଷ ୫୨ ହଜାର ୬୩୦ ଜଣଙ୍କର ମୃତ୍ୟୁ ହୋଇଛି । ରୋଗରୁ ୭୦ ଲକ୍ଷ ୧୪ ହଜାର ୫୭୧ ଜଣ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୪୨ ଲକ୍ଷ ୬୬ ହଜାର ୮୯। ଏଥିରୁ ୨୧ ହଜାର ୨୩୬ ଜଣ ଗୁରୁତର ଅଛନ୍ତି ।