ନୂଆଦିଲ୍ଲୀ, ୨୦/୧୧ : କରୋନା ଭାଇରସ ମହାମାରୀ ଲାଗି ବିଶ୍ୱରେ ୫ କୋଟି ୭୨ ଲକ୍ଷ ୬ ହଜାର ୬୬୮ ଜଣ ଆକ୍ରାନ୍ତ ହୋଇଛନ୍ତି । ଏହି ମାରାତ୍ମକ ଭୂତାଣୁ ଯୋଗୁଁ ଆଜି ସକାଳ ସାଢ଼େ ୬ଟା ପର୍ଯ୍ୟନ୍ତ ୧୩ ଲକ୍ଷ ୬୪ ହଜାର ୭୫୪ ଜଣଙ୍କର ମୃତ୍ୟୁ ହୋଇଛି । ବିଶ୍ୱବ୍ୟାପୀ ୩ କୋଟି ୯୬ ଲକ୍ଷ ୯୪ ହଜାର ୯୧୮ ଜଣ ସୁସ୍ଥ ହୋଇଥିବା ବେଳେ ଆହୁରି ୧ କୋଟି ୬୧ ଲକ୍ଷ ୪୬ ହଜାର ୯୯୬ ଜଣ ଅସୁସ୍ଥ ଅଛନ୍ତି । ଏମାନଙ୍କ ମଧ୍ୟରୁ ୧ ଲକ୍ଷ ୧ ହଜାର ୫୨୮ ହେଉଛନ୍ତି ଗୁରୁତର ରୋଗୀ ।
ଯୁକ୍ତରାଷ୍ଟ୍ର ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୨୦ ଲକ୍ଷ ୪ ହଜାର ୩୨୫ରେ ପହଞ୍ଚିଛି । ମୋଟ ୨ ଲକ୍ଷ ୫୮ ହଜାର ୨୪୩ ଜଣଙ୍କର ମୃତ୍ୟୁ ହୋଇଛି । ରୋଗରୁ ୭୨ ଲକ୍ଷ ୨୫ ହଜାର ୭୦୬ ଜଣ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୪୫ ଲକ୍ଷ ୭୩ ହଜାର ୮୨୭। ଏଥିରୁ ୨୨ ହଜାର ୧୯୫ ଜଣ ଗୁରୁତର ଅଛନ୍ତି ।