ନୂଆଦିଲ୍ଲୀ, ୨୩/୯ : କରୋନା ଭାଇରସ ମହାମାରୀ ଲାଗି ବିଶ୍ୱରେ ୩ କୋଟି ୧୭ ଲକ୍ଷ ୬୬ ହଜାର ୧୩୧ ଜଣ ଆକ୍ରାନ୍ତ ହୋଇଛନ୍ତି । ଏହି ମାରାତ୍ମକ ଭୂତାଣୁ ଯୋଗୁଁ ଆଜି ସକାଳ ସାଢ଼େ ୬ଟା ପର୍ଯ୍ୟନ୍ତ ୯ ଲକ୍ଷ ୭୪ ହଜାର ୬୨୦ ଜଣଙ୍କର ମୃତ୍ୟୁ ହୋଇଛି । ବିଶ୍ୱବ୍ୟାପୀ ୨ କୋଟି ୩୩ ଲକ୍ଷ ୮୨ ହଜାର ୧୨୬ ଜଣ ସୁସ୍ଥ ହୋଇଥିବା ବେଳେ ଆହୁରି ୭୪ ଲକ୍ଷ ୯ ହଜାର ୩୮୫ ଜଣ ଅସୁସ୍ଥ ଅଛନ୍ତି । ଏମାନଙ୍କ ମଧ୍ୟରୁ ୬୨ ହଜାର ହେଉଛନ୍ତି ଗୁରୁତର ରୋଗୀ ।
ଯୁକ୍ତରାଷ୍ଟ୍ର ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୦ ଲକ୍ଷ ୯୭ ହଜାର ୯୩୭ରେ ପହଞ୍ଚିଛି । ମୋଟ ୨ ଲକ୍ଷ ୫ ହଜାର ୪୭୧ ଜଣଙ୍କର ମୃତ୍ୟୁ ହୋଇଛି । ରୋଗରୁ ୪୫ ଲକ୍ଷ ୮୧ ହଜାର ୮୨୦ ଜଣ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୨୫ ଲକ୍ଷ ୪୬ ହଜାର ୩୫୬ । ଏଥିରୁ ୧୪ ହଜାର ୫୯ ଜଣ ଗୁରୁତର ଅଛନ୍ତି ।