ନୂଆଦିଲ୍ଲୀ, ୨୬/୧୧ : କରୋନା ଭାଇରସ ମହାମାରୀ ଲାଗି ବିଶ୍ୱରେ ୬ କୋଟି ୭ ଲକ୍ଷ ୪ ହଜାର ୨୯୫ ଜଣ ଆକ୍ରାନ୍ତ ହୋଇଛନ୍ତି । ଏହି ମାରାତ୍ମକ ଭୂତାଣୁ ଯୋଗୁଁ ଆଜି ସକାଳ ୭ଟା ପର୍ଯ୍ୟନ୍ତ ୧୪ ଲକ୍ଷ ୨୫ ହଜାର ୮୬୫ ଜଣଙ୍କର ମୃତ୍ୟୁ ହୋଇଛି । ବିଶ୍ୱବ୍ୟାପୀ ୪ କୋଟି ୨୦ ଲକ୍ଷ ୨୦ ହଜାର ୮୬୮ ଜଣ ସୁସ୍ଥ ହୋଇଥିବା ବେଳେ ଆହୁରି ୧ କୋଟି ୭୨ ଲକ୍ଷ ୫୭ ହଜାର ୫୬୨ ଜଣ ଅସୁସ୍ଥ ଅଛନ୍ତି । ଏମାନଙ୍କ ମଧ୍ୟରୁ ୧ ଲକ୍ଷ ୩ ହଜାର ୯୩୫ ହେଉଛନ୍ତି ଗୁରୁତର ରୋଗୀ ।