ନୂଆଦିଲ୍ଲୀ, ୧/୧୨ : କରୋନା ଭାଇରସ ମହାମାରୀ ଲାଗି ବିଶ୍ୱରେ ୬ କୋଟି ୩୫ ଲକ୍ଷ ୬୯ ହଜାର ୮୮୩ ଜଣ ଆକ୍ରାନ୍ତ ହୋଇଛନ୍ତି । ଏହି ମାରାତ୍ମକ ଭୂତାଣୁ ଯୋଗୁଁ ଆଜି ସକାଳ ସାଢ଼େ ୬ଟା ପର୍ଯ୍ୟନ୍ତ ୧୪ ଲକ୍ଷ ୭୩ ହଜାର ୪୦୭ ଜଣଙ୍କର ମୃତ୍ୟୁ ହୋଇଛି । ବିଶ୍ୱବ୍ୟାପୀ ୪ କୋଟି ୩୯ ଲକ୍ଷ ୫୨ ହଜାର ୭୦୨ ଜଣ ସୁସ୍ଥ ହୋଇଥିବା ବେଳେ ଆହୁରି ୧ କୋଟି ୮୧ ଲକ୍ଷ ୪୩ ହଜାର ୭୭୪ ଜଣ ଅସୁସ୍ଥ ଅଛନ୍ତି । ଏମାନଙ୍କ ମଧ୍ୟରୁ ୧ ଲକ୍ଷ ୫ ହଜାର ୪୮୦ ହେଉଛନ୍ତି ଗୁରୁତର ରୋଗୀ ।