ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୨୦ ଲକ୍ଷ ୮୩ ହଜାର ୫୯୫, ମୃତ୍ୟୁ ସଂଖ୍ୟା ୯ ଲକ୍ଷ ୮୧ ହଜାର

ନୂଆଦିଲ୍ଲୀ, ୨୪/୯ : କରୋନା ଭାଇରସ ମହାମାରୀ ଲାଗି ବିଶ୍ୱରେ ୩ କୋଟି ୨୦ ଲକ୍ଷ ୮୩ ହଜାର ୫୯୫ ଜଣ ଆକ୍ରାନ୍ତ ହୋଇଛନ୍ତି । ଏହି ମାରାତ୍ମକ ଭୂତାଣୁ ଯୋଗୁଁ ଆଜି ସକାଳ ସାଢ଼େ ୬ଟା ପର୍ଯ୍ୟନ୍ତ ୯ ଲକ୍ଷ ୮୧ ହଜାର ୨୪୪ ଜଣଙ୍କର ମୃତ୍ୟୁ ହୋଇଛି । ବିଶ୍ୱବ୍ୟାପୀ ୨ କୋଟି ୩୬ ଲକ୍ଷ ୬୭ ହଜାର ୪୨୫ ଜଣ ସୁସ୍ଥ ହୋଇଥିବା ବେଳେ ଆହୁରି ୭୪ ଲକ୍ଷ ୩୪ ହଜାର ୯୨୬ ଜଣ ଅସୁସ୍ଥ ଅଛନ୍ତି । ଏମାନଙ୍କ ମଧ୍ୟରୁ ୬୨ ହଜାର ୩୮୫ ହେଉଛନ୍ତି ଗୁରୁତର ରୋଗୀ ।

ଯୁକ୍ତରାଷ୍ଟ୍ର ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୧ ଲକ୍ଷ ୩୯ ହଜାର ୩୫୫ରେ ପହଞ୍ଚିଛି । ମୋଟ ୨ ଲକ୍ଷ ୬ ହଜାର ୫୮୫ ଜଣଙ୍କର ମୃତ୍ୟୁ ହୋଇଛି । ରୋଗରୁ ୪୩ ଲକ୍ଷ ୯୭ ହଜାର ୩୪୧ ଜଣ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୨୫ ଲକ୍ଷ ୩୫ ହଜାର ୪୨୯ । ଏଥିରୁ ୧୪ ହଜାର ୮୬ ଜଣ ଗୁରୁତର ଅଛନ୍ତି ।