ନୂଆଦିଲ୍ଲୀ, ୨୫/୯ : କରୋନା ଭାଇରସ ମହାମାରୀ ଲାଗି ବିଶ୍ୱରେ ୩ କୋଟି ୨୪ ଲକ୍ଷ ୧ ହଜାର ୩୭୬ ଜଣ ଆକ୍ରାନ୍ତ ହୋଇଛନ୍ତି । ଏହି ମାରାତ୍ମକ ଭୂତାଣୁ ଯୋଗୁଁ ଆଜି ସକାଳ ସାଢ଼େ ୬ଟା ପର୍ଯ୍ୟନ୍ତ ୯ ଲକ୍ଷ ୮୭ ହଜାର ୧୩୨ ଜଣଙ୍କର ମୃତ୍ୟୁ ହୋଇଛି । ବିଶ୍ୱବ୍ୟାପୀ ୨ କୋଟି ୩୯ ଲକ୍ଷ ୧୨ ହଜାର ୬୮୧ ଜଣ ସୁସ୍ଥ ହୋଇଥିବା ବେଳେ ଆହୁରି ୭୫ ଲକ୍ଷ ୧ ହଜାର ୫୬୩ ଜଣ ଅସୁସ୍ଥ ଅଛନ୍ତି । ଏମାନଙ୍କ ମଧ୍ୟରୁ ୬୩ ହଜାର ୩୧୩ ହେଉଛନ୍ତି ଗୁରୁତର ରୋଗୀ ।
ଯୁକ୍ତରାଷ୍ଟ୍ର ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୧ ଲକ୍ଷ ୮୫ ହଜାର ୧୬୪ରେ ପହଞ୍ଚିଛି । ମୋଟ ୨ ଲକ୍ଷ ୭ ହଜାର ୫୧୪ ଜଣଙ୍କର ମୃତ୍ୟୁ ହୋଇଛି । ରୋଗରୁ ୪୪ ଲକ୍ଷ ୩୧ ହଜାର ୧୯୦ ଜଣ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୨୫ ଲକ୍ଷ ୪୬ ହଜାର ୪୬୦ । ଏଥିରୁ ୧୪ ହଜାର ୮୯ ଜଣ ଗୁରୁତର ଅଛନ୍ତି ।