ନୂଆଦିଲ୍ଲୀ, ୧୮/୧୨ : କରୋନା ଭାଇରସ ମହାମାରୀ ଲାଗି ବିଶ୍ୱରେ ୭ କୋଟି ୫୨ ଲକ୍ଷ ୨୩ ହଜାର ୪୭ ଜଣ ଆକ୍ରାନ୍ତ ହୋଇଛନ୍ତି । ଏହି ମାରାତ୍ମକ ଭୂତାଣୁ ଯୋଗୁଁ ଆଜି ସକାଳ ସାଢ଼େ ୬ଟା ପର୍ଯ୍ୟନ୍ତ ୧୬ ଲକ୍ଷ ୬୬ ହଜାର ୯୮୭ ଜଣଙ୍କର ମୃତ୍ୟୁ ହୋଇଛି । ବିଶ୍ୱବ୍ୟାପୀ ୫ କୋଟି ୨୮ ଲକ୍ଷ ୪ ହଜାର ୯୫୭ ଜଣ ସୁସ୍ଥ ହୋଇଥିବା ବେଳେ ଆହୁରି ୨ କୋଟି ୭ ଲକ୍ଷ ୫୧ ହଜାର ୧୦୩ ଜଣ ଅସୁସ୍ଥ ଅଛନ୍ତି । ଏମାନଙ୍କ ମଧ୍ୟରୁ ୧ ଲକ୍ଷ ୭ ହଜାର ୧୩୬ ହେଉଛନ୍ତି ଗୁରୁତର ରୋଗୀ ।
ଯୁକ୍ତରାଷ୍ଟ୍ର ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୭୫ ଲକ୍ଷ ୯୨ ହଜାର ୮୭୮ରେ ପହଞ୍ଚିଛି । ମୋଟ ୩ ଲକ୍ଷ ୧୭ ହଜାର ୫୨୩ ଜଣଙ୍କର ମୃତ୍ୟୁ ହୋଇଛି । ରୋଗରୁ ୧ କୋଟି ୨ ଲକ୍ଷ ୫୯ ହଜାର ୪୮୮ ଜଣ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୭୦ ଲକ୍ଷ ୧୫ ହଜାର ୭୭୭ । ଏଥିରୁ ୨୮ ହଜାର ୨୪୭ ଜଣ ଗୁରୁତର ଅଛନ୍ତି ।