ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ କୋଟି ୫୯ ଲକ୍ଷ ୭୫ ହଜାର, ମୃତ୍ୟୁ ସଂଖ୍ୟା ୧୬ ଲକ୍ଷ ୮୦ ହଜାର

ନୂଆଦିଲ୍ଲୀ, ୧୯/୧୨ : କରୋନା ଭାଇରସ ମହାମାରୀ ଲାଗି ବିଶ୍ୱରେ ୭ କୋଟି ୫୯ ଲକ୍ଷ ୭୫ ହଜାର ୮୦ ଜଣ ଆକ୍ରାନ୍ତ ହୋଇଛନ୍ତି । ଏହି ମାରାତ୍ମକ ଭୂତାଣୁ ଯୋଗୁଁ ଆଜି ସକାଳ ସାଢ଼େ ୬ଟା ପର୍ଯ୍ୟନ୍ତ ୧୬ ଲକ୍ଷ ୮୦ ହଜାର ୧୪୬ ଜଣଙ୍କର ମୃତ୍ୟୁ ହୋଇଛି । ବିଶ୍ୱବ୍ୟାପୀ ୫ କୋଟି ୩୨ ଲକ୍ଷ ୪୨ ହଜାର ୪୦୨ ଜଣ ସୁସ୍ଥ ହୋଇଥିବା ବେଳେ ଆହୁରି ୨ କୋଟି ୧୦ ଲକ୍ଷ ୫୨ ହଜାର ୫୩୨ ଜଣ ଅସୁସ୍ଥ ଅଛନ୍ତି । ଏମାନଙ୍କ ମଧ୍ୟରୁ ୧ ଲକ୍ଷ ୬ ହଜାର ୯୨୨ ହେଉଛନ୍ତି ଗୁରୁତର ରୋଗୀ ।

ଯୁକ୍ତରାଷ୍ଟ୍ର ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୭୮ ଲକ୍ଷ ୭୭ ହଜାର ୩୬୦ରେ ପହଞ୍ଚିଛି । ମୋଟ ୩ ଲକ୍ଷ ୨୦ ହଜାର ୭୬୦ ଜଣଙ୍କର ମୃତ୍ୟୁ ହୋଇଛି । ରୋଗରୁ ୧ କୋଟି ୩ ଲକ୍ଷ ୭୫ ହଜାର ୭୧୭ ଜଣ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୭୧ ଲକ୍ଷ ୮୦ ହଜାର ୮୮୩ । ଏଥିରୁ ୨୮ ହଜାର ୧୦୭ ଜଣ ଗୁରୁତର ଅଛନ୍ତି ।