ପୁଣେ : ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ବିକଶିତ ଓ ସେରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଦ୍ୱାରା ପ୍ରସ୍ତୁତ କରୋନା ଟିକା ‘କୋଭିସିଲ୍ଡ’ର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ଆରମ୍ଭ ହୋଇଛି। ୧୫୦ରୁ ୨୦୦ ସ୍ବେଚ୍ଛାସେବୀଙ୍କଠାରେ ସାସନ୍ ଜେନେରାଲ ହସ୍ପିଟାଲରେ ଏହାର ପରୀକ୍ଷଣ ଆରମ୍ଭ କରାଯାଇଛି। ପୂର୍ବରୁ ଏଠାକାର ଭାରତୀ ବିଦ୍ୟାପୀଠ ମେଡିକାଲ କଲେଜ ଓ କେଇଏମ ହସ୍ପିଟାଲରେ ଟିକାର ଦ୍ଵିତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ କରାଯାଇଥିଲା ଓ ଏହା ସଫଳ ଥିବା କୁହାଯାଇଛି। କୋଭିଡ-୧୯ ଲାଗି ବ୍ରିଟେନ୍-ସ୍ବିଡେନ୍ କମ୍ପାନୀ ଆଷ୍ଟ୍ରାଜେନିକା ସହିତ ମିଶି ଏହାକୁ ପ୍ରସ୍ତୁତ କରୁଛି।