ପୁରୀ,୧୭/୩ : ଆଜିଠୁ ଆରମ୍ଭ ହେବ ଶ୍ରୀମନ୍ଦିର ସେବାୟତଙ୍କ ଟୀକାକରଣ । ଏନେଇ ପ୍ରସ୍ତୁତ ସରିଛି । ସକାଳ ୧୦ଟା ସମୟରେ ସେବାୟତମାନଙ୍କୁ ଟିକା ପ୍ରଦାନ ନିମନ୍ତେ ସ୍ୱତନ୍ତ୍ର ଶିବିରର ଶୁଭାରମ୍ଭ କରାଯିବ । ଦୈନିକ ୧୦୦ ଜଣ ସେବାୟତଙ୍କୁ ଟିକା ପ୍ରଦାନ କରାଯିବାର ଲକ୍ଷ୍ୟ ରଖାଯାଇଛି ।
ଖବର ଅନୁଯାୟୀ, ଶ୍ରୀମନ୍ଦିର ସେବାୟତଙ୍କ ପାଇଁ ଆଜିଠାରୁ କୋଭିଡ-୧୯ ଟୀକାକରଣ ଶିବିର ଶୁଭାରମ୍ଭ ହେବ। ସକାଳ ୧୦ ଟା ସମୟରେ ଶ୍ରୀମନ୍ଦିର ସେବାୟତ ମାନଙ୍କୁ କୋଭିଡ ଟିକା ପ୍ରଦାନ ନିମନ୍ତେ ଏକ ସ୍ୱତନ୍ତ୍ର ଶିବିରର ଶୁଭାରମ୍ଭ କରାଯିବ। ଲୋକନାଥ ରୋଡ ପ୍ରତିହାରୀ ନିଯୋଗ ଠାରେ ଏହି ଟିକାକରଣ ଶିବିର ଅନୁଷ୍ଠିତ ହେବ । ଏହି ଶିବିରକୁ ଜିଲ୍ଲାପାଳ ସମର୍ଥ ବର୍ମା ଉଦଘାଟନ କରିବେ।

ଏହି ଟିକାକରଣ କାର୍ଯ୍ୟକ୍ରମ ଦିନ ୧୦ ଟାରୁ ଅପରାହ୍ନ ୫ ଟି ପର୍ଯ୍ୟନ୍ତ ଚାଲିବ। ୬୦ ବର୍ଷ ଠାରୁ ବୟସ୍କ ସେବାୟତ ମାନେ ଏହି ଟିକା ନେଇପାରିବେ। ଦୈନିକ ୧୦୦ ଜଣ ସେବାୟତଙ୍କୁ ଟିକା ପ୍ରଦାନ କରାଯିବା ସହ ଏଥିପାଇଁ ସେବାୟତ ମାନେ ସେମାନଙ୍କର ଆଧାର କାର୍ଡ ସାଙ୍ଗରେ ଆଣିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।