ଜେନିଭା: କରୋନା ବିପକ୍ଷରେ ଖୁବ୍ ଶୀଘ୍ର ଆମକୁ ଏକ ପ୍ରଭାବଶାଳୀ କରୋନା ଟୀକା ମିଳିବ ବୋଲି କହିଛନ୍ତି ବିଶ୍ଵ ସ୍ୱାସ୍ଥ୍ୟ ସଙ୍ଗଠନ ମହାନିର୍ଦେଶ ଡ଼. ଟେଡ୍ରୋସ୍ ଆଡାନୋମ୍ ଘେବ୍ରିୟସ । ସେ କହିଛନ୍ତି ଯେ ଅନେକ ଟିକା ବର୍ତ୍ତମାନ କ୍ଲିନିକାଲ୍ ପରୀକ୍ଷଣରେ ଅଛି ଯାହା ଲୋକଙ୍କୁ ସଂକ୍ରମଣରୁ ରକ୍ଷା କରିବାରେ ସହାୟକ ହୋଇପାରିବ । ତେବେ ଚଳିତ ବର୍ଷ ଶେଷ ସୁଦ୍ଧା କରୋନା ଟୀକା ପ୍ରସ୍ତୁତ ହୋଇପାରେ ବୋଲି ଘେବ୍ରିୟସ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ମହାମାରୀ ଉପରେ କାର୍ଯ୍ୟନିର୍ବାହୀ ବୋର୍ଡର ଦୁଇ ଦିନିଆ ବୈଠକ ଶେଷରେ ବିଶ୍ଵ ସ୍ବାସ୍ଥ୍ୟ ସଙ୍ଗଠନ ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଡାନୋମ୍ ଘେବ୍ରିୟସ କହିଛନ୍ତି ଯେ କରୋନା ଦୂର ନିମନ୍ତେ ଆମର ଟୀକା ଆବଶ୍ୟକ ଏବଂ ଚଳିତ ବର୍ଷ ଶେଷ ସୁଦ୍ଧା ଆମର ପାଖରେ ଟୀକା ପହଞ୍ଚିପାରେ ।