ବାଦୁଡିରୁ ହୋଇନାହିଁ କରୋନା ଭାଇରସର ଉତ୍ପତ୍ତି : ବୈଜ୍ଞାନିକ

ନୂଆଦିଲ୍ଲୀ, ୧୧/୭ : ସାରାବିଶ୍ୱରେ କରୋନା ତାର କରାଳ ରୂପ ଦେଖାଇଚାଲିଛି । ସାରାବିଶ୍ୱରେ କରୋନା ମହାମାରୀ ରୂପେ ବ୍ୟାପିଚାଲିଛି । ଲକ୍ଷ ଲକ୍ଷ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ଅନେକ ଆକ୍ରାନ୍ତ ମଧ୍ୟ ହେଉଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ କୋଭିଡ଼-୧୯ ଭାଇରସ ଭାଇରସ କେଉଁଠାରୁ ଆସିଛି, ତାହା ଏପର୍ଯ୍ୟନ୍ତ ରହସ୍ୟ ଘେରରେ ରହିଛି। ଦୀର୍ଘ ଛଅ ମାସରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ବୈଜ୍ଞାନିକମାନେ ଏପର୍ଯ୍ୟନ୍ତ ଭାଇରସ ନେଇ କୌଣସି ନିଷ୍କର୍ସରେ ପହଞ୍ଚିନାହାନ୍ତି । ଭାଇରସର ଉତ୍ପତ୍ତି କେଉଁଠାରୁ ହେଲା ଓ କେମିତି ହେଲା ତାହା ଏବେବି ସସ୍‌ପେନ୍ସ ଘେରରେ ରହିଛି । ପ୍ରାଥମିକ ରିପୋର୍ଟ ଅନୁମାନ କରାଯାଉଥିଲା କି ଏହା ବାଦୁଡି ଠାରୁ ମଣିଷକୁ ଏହି ଭାଇରସ ଆସିଛି। କିନ୍ତୁ ଏବେ ବୈଜ୍ଞାନିକ ମାନେ କହୁଛନ୍ତି ଯେ, ବାଦୁଡି ଠାରୁ ମିଳୁଥିବା ଭୂତାଣୁ ଠାରୁ ହଜାରେ ଗୁଣ ଶକ୍ତିଶାଳୀ କରୋନା (କୋଭିଡ-୧୯) ଭାଇରସ ।

ବିଟ୍ରେନ୍‌ର ବୈଜ୍ଞାନିକମାନେ କରୋନା ଭାଇରସ ନେଇ ଲଗାତର ଭାବେ ରିସର୍ଚ୍ଚ ଜାରି କରୁଛନ୍ତି । କିଙ୍ଗ୍‌ କଲେଜ ଲଣ୍ଡନର କିଛି ବୈଜ୍ଞାନିକମାନେ ରିସର୍ଚ୍ଚ ଏହା ଜଣାପଡିଛି ଯେ, କରୋନା ଭାଇରସ ବାଦୁଡ଼ିଙ୍କ ଠାରୁ ମଣିଷକୁ ପ୍ରବେଶ କରିନାହିଁ । କାହିଁକି ନା ବାଦୁଡ଼ି ଠାରେ ମିଳୁଥିବା ଭୂତାଣୁ କରୋନା ଭାଇରସର ଠାରୁ ବହୁ ଦୁର୍ବଳ । ବାଦୁଡି ଦେହରେ ମିଳୁଥିବା ଭୂତାଣୁ ଠାରୁ କୋଭିଡ-୧୯ ଭୂତାଣୁ ହଜାରେ ଶକ୍ତିଶାଳୀ ହୋଇଥାଏ ବୋଲି ବୈଜ୍ଞାନିକମାନେ ଦାବି କରିଛନ୍ତି ।

ସେହିପରି ଅନ୍ୟ ଏକ ଅନୁସନ୍ଧାନରୁ ଏହା ଜଣାପଡିଛି ଯେ, କୋଭିଡ-୧୯ ଭାଇରସ ମଣିଷ ହାତରେ ପ୍ରସ୍ତୁତ କରାଯାଇନାହିଁ । ସମୟ ସମୟରେ ଏହା ବିକଶିତ ହୋଇଥାଏ। କିନ୍ତୁ କରୋନା ଭାଇରସକୁ ଚୀନ୍‌ ନିଜର ବିଭିନ୍ନ ପ୍ରକାର ପ୍ରୟୋଗଶାଳ ଦ୍ୱାରା ସୃଷ୍ଟି ହୋଇଛି ବୋଲି ଦାବି ହେଉଛି ।