ଭୁବନେଶ୍ୱର, ୨୦/୬ : ସମଗ୍ର ବିଶ୍ୱ ଆଜି କରୋନା ଦ୍ୱାରା କବଳିତ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ମହାମାରୀ ଘୋଷଣା କରିସାରିଲେଣି । ଏଥିରେ ଆମ ଦେଶ ଓ ଓଡିଶାର ସାଧାରଣ ଜନତା ସଂକ୍ରମିତ ଓ ସମସ୍ତେ ଭୟଭୀତ । ଏହି ମହାମାରୀକୁ ଭୃକ୍ଷେପ ନକରି ଯେଉଁ ଡାକ୍ତର, ନର୍ସ, ପୋଲିସ, ସଫେଇ କର୍ମଚାରୀ ବରିଷ୍ଠ ନାଗରିକ, ସ୍ୱୟଂ ସହାୟକ ଗୋଷ୍ଠୀ, ଯୁବବାହିନୀ, ଅଙ୍ଗନବାଡି କର୍ମୀ, ଅଶାଦୀଦି, ଡ୍ରାଇଭର, ସିକୁରିଟି ଗାର୍ଡ ନିଜ ଜୀବନକୁ ବାଜି ଲଗେଇ ଜନସାଧାରଣଙ୍କୁ ସେବାରେ ନିଜକୁ ଉଶ୍ଚର୍ଗ କରିଅଛନ୍ତି । ସେହିପରି ପଚାଶ ଜଣ ଯୋଦ୍ଧାଙ୍କୁ ଆଜି ପୁରୁଣା ଭୁବନେଶ୍ୱରସ୍ଥ କେଦାରଗୌରୀ ରିସୋର୍ଟ ଠାରେ ଦିବା ୧୦ଘଣ୍ଟା ସମୟରେ ଯୋଦ୍ଧାମାନଙ୍କୁ ସମ୍ବର୍ଦ୍ଧିତ କରାହୋଇଥିଲା ।
ଉପରୋକ୍ତ ସଭାରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଶ୍ରୀ ଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡା ଉପସ୍ଥିତ ରହି କରୋନା ଯୋଦ୍ଧାମାନଙ୍କୁ ଉପଢୌକନ ଦେଇ ସମ୍ମାନିତ କରିଥିଲେ । ସଭାର ଆରମ୍ଭରେ ସହୀଦ ଯବାନମାନଙ୍କ ଉଦେଶ୍ୟରେ ଦୁଇ ମିନିଟ ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା । ଉତ୍ସବ ରେ ଶ୍ରୀ ଗୌର ମୋହନ ଦାଶ ସଭାପତିତ୍ୱ ଗ୍ରହଣ କରିଥିଲେ । ଉଦୀୟମାନ ଯୁବକ ଶ୍ରୀ ରାଜେନ୍ଦ୍ର ସମର୍ଥ।, ସମ୍ପାଦକ ଧିରେନ ପଟ୍ଟନାୟକ ଓ ଅନ୍ୟ ସଭ୍ୟ ତଥା ପୁରୁଣା ଭୁବନେଶ୍ୱରର ବିଶିଷ୍ଟ ଅତିଥିମାନେ ଯୋଗଦେଇଥିଲେ ।