ଶୀତଦିନେ ବଢ଼ିପାରେ କରୋନା ସଂକ୍ରମଣ : ନୀତି ଆୟୋଗ

ନୂଆଦିଲ୍ଲୀ,୧୩ /୧୦: ଭାରତରେ ଆଗାମୀ ଶୀତଦିନେ କରୋନା ସଂକ୍ରମଣ ବୃଦ୍ଧି ହୋଇପାରେ ବୋଲି ଆଶଙ୍କା କରାଯାଉଛି । ଏହି ସମୟ​‌ରେ ନୀତି ଆୟୋଗ ସଦସ୍ୟ ଡ଼. ଭି.କେ.ପାଲ ଶୀତ ଦିନ ନିମନ୍ତେ ଅଧିକ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ଅଧିକାଂଶ ଶ୍ଵାସରୋଗଜନିତ ଜୀବାଣୁ ଶୀତ ସମୟରେ ବୃଦ୍ଧି ପାଇଥାଆନ୍ତି, ଆଗକୁ ଶୀତଦିନ ଆସୁଛି ଏବଂ ସଂକ୍ରମଣ ହେବାର ଆଶଙ୍କା ବଢ଼ୁଛି । ଏଭଳି ପରିସ୍ଥିତିରେ କରୋନା ଟିକା ଆସିବାର କୌଣସି ସମ୍ଭାବନା ନାହିଁ, ତେଣୁ ସତର୍କତା ଏକମାତ୍ର ବାଟ ବୋଲି ଡ଼. ପାଲ କହିଛନ୍ତି । ଏହା ସହ ପରିସ୍ଥିତିର ମୁକାବିଲା ନିମନ୍ତେ ବାଧ୍ୟତାମୂଳକ ଭାବରେ ମାସ୍କ ପିନ୍ଧିବାକୁ ସେ ପରାମର୍ଶ ଦେଇଛନ୍ତି ।