ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଅଦାଲତରେ ଦୋଷୀ ହେଲେ ମିଳିବନି ପେନ୍ସନ୍‌ : ହାଇକୋର୍ଟ

କଟକ : ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଭିଜିଲାନ୍ସ ଅଦାଲତରେ ଦୋଷୀ ହେଲେ ତାଙ୍କୁ ପେନ୍ସନ୍‌ ମିଳିବନି । ଏହା ଦୁର୍ନୀତି ବିରୋଧୀ ଯୋଜନାରେ ନୂତନ ଆଘାତ। ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପ୍ରୋଭିଜନାଲ୍‌ ପେନ୍‌ସନ୍‌ ବନ୍ଦ କରିବା ପ୍ରସଙ୍ଗରେ ହାଇକୋର୍ଟ ଗୁରୁତ୍ବପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି।

ଭିଜିଲାନ୍ସ ଅଦାଲତଙ୍କ ଦଣ୍ଡାଦେଶ ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଦାୟର ହୋଇଥିବା ମାମଲା ବିଚାରଧୀନ ଥିବା ବେଳେ ସଂପୃକ୍ତ ଅବସରପ୍ରାପ୍ତ କର୍ମଚାରୀଙ୍କୁ ପ୍ରୋଭିଜନାଲ ପେନସନ ମିଳିବ ନାହିଁ। ଭିଜିଲାନ୍ସ ଅଦାଲତଙ୍କ ଦଣ୍ଡ ବିରୋଧରେ ଉପର ଅଦାଲତରେ କେବଳ ମାମଲା ଦାୟର କରିଦେଲେ ପୁନର୍ବାର ପ୍ରୋଭିଜନାଲ୍ ପେନ୍‌ସନ୍‌ ପାଇଁ ସମ୍ପୃକ୍ତ ବ୍ୟକ୍ତି ହକଦାର ହେବେ ନାହିଁ।

ଯଦି ଉପର ଅଦାଲତରେ ଭିଜିଲାନ୍ସ ଅଦାଲତ ରାୟ ଉପରେ ରହିତାଦେଶ ଜାରି କରାଯାଏ ବା ରଦ୍ଦ ହୁଏ ତେବେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ବନ୍ଦ କରାଯାଇଥିବା ପ୍ରୋଭିଜନାଲ ପେନ୍‌ସନ୍‌ ପୁନର୍ବାର ପ୍ରଦାନ କରାଯାଇପାରିବ । ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ କହୁଛି, “ଏହା ଦୁର୍ନୀତିମୁକ୍ତ ଓଡ଼ିଶା ଗଠନରେ ସାହାଯ୍ୟକାରୀ।” ଭିଜିଲାନ୍ସ ନିର୍ଦ୍ଦେଶକ ମଧ୍ୟ ପରିଚାଳନାକୁ ସୂଚନା ଦେଇଛନ୍ତି।

SBI_Festive_Digital Billboard