ବିପୁଳ ପରିମାଣର କଫସିରପ ଜବତ : ୩ ଗିରଫ

ବଲାଙ୍ଗିର ୨୫/୦୩ : ୨୨୪୦ ବୋତଲ କଫସିରପ ଜବତ କରିଛି ଟାଉନ୍ ପୁଲିସ । ୩ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି। ୭ଦିନ ତଳେ ଚଢାଉ କରାଯାଇ ପ୍ରାୟ ୧୨,୯୬୦ ବୋତଲ କଫସିରପ ଜବତ କରାଯାଇଥିଲା । ୩୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । କଟକରୁ ଭବାନୀପାଟଣାକୁ ଯାଉଥିବା ଗୋପିନାଥ ବସରେ ଚଢାଉ କରାଯାଇ ୧୪ପେଟି ଜବତ କରାଯାଇଛି । ୩ଜଣ ଅଭିଯୁକ୍ତଙ୍କୁ ମଧ୍ୟ ପୁଲିସ ଗିରଫ କରାଯିବବୋଲି ଏସଡିପିଓ ତୋଫାନ ବାଗ ଓ ଆଇଆଇସି ବିଶ୍ୱଜିତ ମନବୋଧ ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ କଳାହାଣ୍ଡିର ଲାଲଧର ପୁଟେଲ, କଟକ ମଙ୍ଗଳାବାଗର ବିଶ୍ୱନାଥ ମୁଲିଆ, ଯାଜପୁର ଛତିଆ ବଣ୍ଡାଲୋର ମହେଶ୍ୱର ମହାନ୍ତି ଅଛନ୍ତି । ତାଙ୍କଠାରୁ ୪ଟି ମୋବାଇଲ ଫୋନ, ୫୪୪୦ ଟଙ୍କା ମଧ୍ୟ ଜବତ କରାଯାଇଛି । ଟିଟିଲାଗଡ ରୋଡର ଶ୍ମଶାନ ଘାଟ ନିକଟରେ ଓହ୍ଲାଇ ଅନ୍ୟସ୍ଥାନକୁ ନିଆଯାଇଥାନ୍ତା । ଏହି ସମୟରେ କୌଣସି ଏକ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ପୁଲିସ ଚଢାଉ କରି ଏହାକୁ ଧରିବାରେ ସଫଳ ହୋଇଛି । ଏହି ଚଢାଉରେ ଟାଉନଥାନା ଆଇଆଇସି ବିଶ୍ୱଜିତ ମନବୋଧ, ଏସଆଇ ଏନ.କେ.ଭୋଇ, ଏଏସଆଇ ଏମ.ପ୍ରଧାନ ଓ ଅନ୍ୟାନ୍ୟ କର୍ମଚାରୀ ସାମିଲ ଥିଲେ ।

SBI AD