ହାଇଦ୍ରାବାଦ ,୮/୬ : କୋଭିଡ-19 ବିଶ୍ୱମହାମାରୀ ବେଳେ ଲକ୍ଡ଼ାଉନ ସମୟରେ ଓ ସଙ୍ଗରୋଧରେ ଥିବାବେଳେ ବିଭିନ୍ନ ପ୍ରଯୁକ୍ତି ବିଦ୍ୟା ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇ ଆମର ସମାଜକୁ କାର୍ଯ୍ୟକ୍ଷମ କରି ରଖିଥାଏ । ଆଉ ଏହି ପ୍ରଯୁକ୍ତି ବିଦ୍ୟାଗୁଡ଼ିକ ହୁଏତ କୋଭିଡ-19 ଉପରେ ଦୀର୍ଘସ୍ଥାୟୀ ପ୍ରଭାବ ବିସ୍ତାର କରିଥାଏ । ବିଶ୍ୱମହାମାରୀ ଓ ଅନ୍ୟ ସଙ୍କଟକୁ ସାମନା କରିବାକୁ ବଳ ଦେବାରେ ସମାଜକୁ ପ୍ରଯୁକ୍ତି ବିଦ୍ୟା ହିଁ ସାହାର୍ଯ୍ୟ କରିପାରିବ ଇ-ପୈଠ, ଟେଲିସ୍ବାସ୍ଥ୍ୟ, ମାନବର କିଛି କାର୍ଯ୍ୟଶୈଳି ପାଇଁ ରୋବଟର ବ୍ୟବହାର , ଅବରୋଧ ଅଞ୍ଚଳ/ସଂକ୍ରମିତ ସଙ୍ଗରୋଧ କେନ୍ଦ୍ର ତଦାରଖ ପାଇଁ ସାଟେଲାଇନ୍ ବା ଭୌଗୋଳିକ ସୂଚନା ବ୍ୟବସ୍ଥା (ଜିଆଇଏସ୍) ପ୍ରଯୁକ୍ତି କୋଭିଡ ସୂଚନାର ଦୈନନ୍ଦିନ ବିଶ୍ଳେଷଣ ଓ ଦେଖାରଖା ପାଇଁ ବିକଶିତ ଆପ୍ ଗୁଡ଼ିକରେ ପ୍ରଯୁକ୍ତିର ବ୍ୟାପକ ଭୂମିକା ରହିଛି।
ଅନଲାଇନ ସଫିଙ୍ଗ୍ ପାଇଁ ଏକ ସୁଦକ୍ଷ ଯୋଗାଡ-ଯୋଗାଣାଦିର ବ୍ୟବସ୍ଥା ଦରକାର । କେହି ବ୍ୟକ୍ତି ଯଦି ଜିନିଷ ନେଇ ଯୋଗାଇବେ, ତାହା ଭୂତାଣୁ ରହିତ ହୋଇପାରିବ ନାହିଁ । ଘରେ ଘରେ ବା ପ୍ରଦତ୍ତ ଠିକଣାରେ ସାମଗ୍ରୀ ପଡଞ୍ଚାଉଥିବା ଅନେକ ଆମେରିକୀୟ ବା ଚୀନ୍ କମ୍ପାନୀ ବା ରେସ୍ତୋରାଁମାନେ ସ୍ପର୍ଶବିହୀନ ଯୋଗାଣ ସେବା ଆରମ୍ଭ କରିଛନ୍ତି, ଯେଉଁଥିରେ ସାମଗ୍ରୀ ବା ପ୍ୟାକେଟକୁ ମଣିଷ ହାତରେ ନଦିଆଇ ଗୋଟିଏ ସ୍ଥାନରୁ ଉଠାଇ ଅନ୍ୟ ଏକ ଧାର୍ଯ୍ଯ ସ୍ଥଳରେ ଛାଡି ଦିଆଯାଏ । ନଗଦ ଟଙ୍କା (ନୋଟ୍)ରେ ବି ଭୁତାଣୁ ରହିପାରେ ତେଣୁ ସ୍ପର୍ଶହୀନ ଡିଜିଟାଲ ପୈଠ ପାଇଁ କାର୍ଡ ବା ଫୋନପେ , ଗୁଗୁଲପେ, ପେଟିଏମ୍ ଇତ୍ୟାଦି ଭଳି ଇ-ଓ୍ୱାଲେଟ୍ ଜରିଆରେ ପୈଠକୁ ଉତ୍ସାହିତ କରାଯାଉଛି । ଯାହା ଫଳରେ କୋଭିଡ-19 ବ୍ୟାପି ପାରିବ ନାହିଁ ।
ଅନେକ କମ୍ପାନୀ ନିଜ ନିଜର କର୍ମଚାରୀମାନଙ୍କୁ ନିଜ ଘରୁ କାମ କରିବା ପାଇଁ କହିଛନ୍ତି କାର୍ଯ୍ଯାଳୟ ବା କାର୍ଯ୍ୟସ୍ଥଳ ଠାରୁ ଦୂରରେ ରହି କାର୍ଯ୍ୟ କରିବା ମଧ୍ୟ ପ୍ରଯୁକ୍ତି ଦ୍ଵାରା ସମ୍ଭବ ହେଉଛି । ଯେଉଁଥିରେ ରହିଛି ଭିପିଏନ୍ (ଭର୍ଚୁଆଲ ପ୍ରାଥଭେଟ ନେଟ୍ଓ୍ୱାର୍କ) ଭିଓଆଇପି (ଇଣ୍ଟରନେଟ୍ ବିଧି ଅନୁଯାୟୀ କଣ୍ଠବାର୍ତ୍ତା ବିନିମୟ) ଅପ୍ରତ୍ଯକ୍ଷ (ଭର୍ଚୁଆଲ) ବୈଠକ, କ୍ଲାଉଡ୍ ପ୍ରଯୁକ୍ତି, କାର୍ଯ୍ୟ ସମନ୍ବୟୀକରଣ ଟୁଲ୍ ଏବଂ ମୁହଁ ଚିହ୍ନୁଥିବା ପ୍ରଯୁକ୍ତି ଗୁଡ଼ିକ ଯାହା ଜଣେ ବ୍ୟକ୍ତିଙ୍କୁ ଏକ ଅପ୍ରତ୍ଯକ୍ଷ ପୃଷ୍ଠଭୂମିରେ ବସିବା ପାଇଁ ସମର୍ଥ କରିଥାଏ ଯାହାଦ୍ଵାରା ଘରର ଗୋପନୀୟତା ରକ୍ଷା କରାଯାଇପାରିଥାଏ । ଭୂତାଣୁର ବ୍ଯାପ୍ତିକୁ ଅଟକାଇବା ପାଇଁ ଦୂରରୁ କାର୍ଯ୍ୟ କରିବା ମଧ୍ୟ ଯାତାୟତ କରିବାର ସମୟ ବଞ୍ଚାଇଥାଏ ଏବଂ କାର୍ଯ୍ୟର ସମୟ ଓ ଶୈଳିରେ ଅଧିକ ନମୟନୀୟତା ପ୍ରଦାନ କରିଥାଏ । ଅନେକ ଶୈକ୍ଷିକ ଅନୁଷ୍ଠାନ ଅନ୍ଲାଇନ୍ ପାଠ୍ୟକ୍ରମ ସୁବିଧା ଆରମ୍ଭ କରିଛନ୍ତି । ଯାହା ଦ୍ଵାରା ସଙ୍ଗରୋଧ ପାଦକ୍ଷେପ ଚାପରେ ଶିକ୍ଷାର ଧାରା ବାଧାପ୍ରାପ୍ତ ହେବ ନାହିଁ। ପ୍ରଯୁକ୍ତି ଗୁଡ଼ିକ ଦୂରଶିକ୍ଷାରେ ମଧ୍ୟ ସଂପୃକ୍ତ ଅଛି । ଯେମିତି ଦୂରରେ ଥାଇ କାର୍ଯ୍ୟ କରିବା ଭଳି ଏବଂ ଏଥିରେ ଅପ୍ରତ୍ଯକ୍ଷ ବାସ୍ତବତା, ଅଭିବୃଞ୍ଚ ବାସ୍ତବତା ଭଳି ଅତ୍ୟାଧୁନିକ ପ୍ରଯୁକ୍ତି ମଧ୍ୟ ସାମିଲ ଥାଏ । ଥ୍ରୀଡି ପ୍ରିଣ୍ଟିଙ୍ଗ ଓ କୃତ୍ରିମ ବୁଦ୍ଧିମତ୍ତାକ୍ଷମ ରୋବଟ ଶିକ୍ଷକମାନଙ୍କୁ ମଧ୍ୟ ଭାରତ ସରକାର ନିଯୁକ୍ତ କରୁଛନ୍ତି । ଅନ୍ଲାଇନ୍ ଯୋଗେ ପ୍ରାୟ ୪୦୦୦ ବୈଷୟିକ ପାଠ୍ୟକ୍ରମକୁ ଏନ୍ପିଟିଇଏଲ୍, କୋର୍ସର ଇତ୍ୟାଦି ଜରିଆରେ ପ୍ରଦାନ କରୁଛନ୍ତି ।
କୋଭିଡ-19 ବ୍ୟାପିବାକୁ ରୋକିବାରେ ଟେଲିସ୍ବାସ୍ଥ୍ୟ ଏକ ଫଳପ୍ରଦ ମାଧ୍ୟମ ହୋଇପାରିବ । ଯେତେବେଳେ କି ପ୍ରାଥମିକ ଚିକିତ୍ସା ସେବା ପ୍ରଦାନ ଜରୁରୀ ହୋଇ ରହିଛି । ପିନ୍ଧିହେବା ଭଳି ବ୍ଯକ୍ତିଗତ ଆଇଓଟି (ବିିବିଧ ବିଷୟରେ ଇଣ୍ଟରନେଟ୍) ଯନ୍ତ୍ରାଦି ଦ୍ଵାରା ଲକ୍ଷଣଗୁଡ଼ିକୁ ଠାବ କରାଯାଇପାରିବ। ଯଦିଓ ସଙ୍ଗରୋଧ ପଦକ୍ଷେପଗୁଡ଼ିକ ଦ୍ଵାରା ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ମହତ୍ତ୍ବପୂର୍ଣ୍ଣ ଭାବରେ ସଂପର୍କ ଓ ସ୍ପର୍ଶକୁ କମ୍ ରଖାଯାଇପାରୁଛି । ସେମିତି ମଣିଷର ସୃଜନଶୀଳତା ବଳରେ ଏବେ ଅନ୍ଲାଇନ୍ ପାର୍ଟି ମଧ୍ୟ ହୋଇପାରିଛି । କଳାପ୍ର’ର୍ଶନ କାର୍ଯ୍ଯକ୍ରମଗୁଡ଼ିକର କ୍ଲାଉଡ୍ ରେଭ୍ ଓ ଅନ୍ଲାଇନ୍ ଷ୍ଟ୍ରିମିଂ ବିଶ୍ୱବ୍ଯାପୀ ବିପୁଳ ଲୋକପ୍ରିୟତା ହାସଲ କରୁଛି । କୋଭିଡ-19 ବାଧ୍ୟ କରିଛି ରୋବଟ ଗୁଡ଼ିକର ବ୍ଯବହାର ଏବଂ ରୋବୋଟିକ୍ସ୍ର ଗବେଷଣାକୁ ବ୍ୟାପକ କରିବାକୁ ଏଇ କିଛି ସପ୍ତାହ ହେଲା ଅଞ୍ଚଳକୁ ବିଶୋଧନ କରିବା ପାଇଁ ରୋବଟସ୍ଗୁଡ଼ିକ ବ୍ଯବହାର କରାଯାଉଛି ଏବଂ ସଙ୍ଗରୋଧରେ ଥିବା ବ୍ୟକ୍ତିମାନଙ୍କୁ ଖାଦ୍ୟ ବିତରଣ କରିବାରେ ବ୍ୟବହୃତ ହେଉଛି । ଡିଜିଟାଲ ପ୍ରସ୍ତୃତିର ଗୁରୁତ୍ୱକୁ କୋଭିଡ-19 ପ୍ରଦର୍ଶିତ କରିଛି , ଯାହାକି ବ୍ୟବସାୟ ଓ ଜନଜୀବନକୁ ସ୍ବାଭାବିକ କରିବାକୁ ସୁଯୋଗ ଦେଇଛି ।
ଯଥାସମ୍ଭବ ଏଇ ବିଶ୍ୱମହାମାରୀର ଜଟିଳ ସମୟରେ ଜୀବନକୁ ସରସ କରିଛି । ଏକ ଡିଜିଟାଇଜ୍ ବିଶ୍ୱକୁ ସହଯୋଗ କରିବା ନିମିତ୍ତ ଉପଯୁକ୍ତ ଭିତ୍ତିଭୂମି ନିର୍ମାଣ କରିବାକୁ ହେବ ଏବଂ ସ’୍ଯ ପ୍ରଯୁକ୍ତି ନିହାତି ଆବଶ୍ଯକ ହେଉଥିବାରୁ ତାହା ସହ ଜୀବନଶୈଳୀ ବ’ଳାଇନେବାକୁ ହେବ ଯାହା କୌଣସି କାରବାରରେ ବା ଦେଶରେ ଆମକୁ କୋଭିଡ୍-19 ପରବର୍ତ୍ତୀ କାଳରେ ପ୍ରତିସ୍ପର୍ଧା ନାଗରିକ ଭାବରେ ଗଢ଼ିତୋଳିବା । ଆଉ ପ୍ରଯୁକ୍ତି ଦ୍ଵାରା ପ୍ରଶାସିତ ହୋଇ ସମସ୍ତଙ୍କୁ ସାମିଲ କରାଇବାର ଏକ ମାନବ-କେନ୍ଦ୍ରକୁ ବିଶ୍ୱରେ ପ୍ରତିଷ୍ଠା କରିବ ।
ଡକ୍ଟର ସଚ୍ଚିନନ୍ଦନ ମହାନ୍ତି
ସହଯୋଗୀ ପ୍ରାଧ୍ୟାପକ, ସିଏସ୍ଇ ବିଭାଗ
ଇକ୍ଫାଇ ୟୁନିଭର୍ସିଟ,ହାଇଦ୍ରାବାଦ , ଭାରତ